ଭୂବନେଶ୍ୱର, ୧୫/୦୨/୨୦୨୧ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ତେଲ ଦରର ଅହେତୁକ ଦର ବୃଦ୍ଧିର ପ୍ରତିବାଦରେ ଜାତୀୟ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିଲା । ଯାହାକୁ ସୋମବାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଏବଂ ନେତା ମାନେ ଜାତୀୟ ରାଜପଥ ବନ୍ଦ କରି ତେଲ ଦର ବୃଦ୍ଧି ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୁବିରୋଧରେ ନାରାବାଜି କରିବା ସହିତ ତୁରନ୍ତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ତେଲ ଦରକମ କରିବାକୁ ଚେତବନୀ ଦେଇଥିଲେ । ନହେଲେ ଆଗମୀ ଦିନରେ ସବୁଦିନ ପାଇଁ ଦେଶର ଅଖ ଛକ ବନ୍ଦ କରାଯିବା ବୋଲି ଆଜି ବନ୍ଦ ପାଳନ ବେଳେ ଏଭଳି ଚେତାବନୀ ଦିଆଯାଇଛି ।
ଚଣ୍ଡିଖୋଲରେ ବନ୍ଦ ପାଳନ
କଂଗ୍ରେସରେ ଏହି ବନ୍ଦ ପାଳରେ ବଡଚଣାରେ ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ ବଡଚଣା କଂଗ୍ରେସ ମଧ୍ୟରେ ଏକତା ନଥିବା ଏହି ବନ୍ଦ ପାଳନ ସମୟରେ ପଦାକୁ ଆସିଛି । ଚଣ୍ଡିଖୋଲ ଛକରେ ବନ୍ଦ ପାଳନ ବେଳେ ୪ଟି ଦଳରେ ବିଭକ୍ତ ହୋଇ ରାଜପଥ ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରାଜପଥର ଗୋଟିଏ ପାଶ୍ୱର୍୍ୟରେ ବସିଥିବା ବେଳେ ତାଙ୍କ ସାଥିରେ ଯୋଗନ୍ଦ୍ରେ ନାୟକ, ଉମେଶ ଜେନା, ଅଶୋକ ସେଠୀ, ଶ୍ରୀ ଚରଣ ମଲିକ, ବିଭୂତି ଭୂଷଣ ନାୟକ, ୱାସର ଅଲ୍ଲୀ ଖାଁ, ପଦନ ମହାରଣା, ଜନ୍ମେଜୟ ନାୟକ, ସୁଫିୟାନ ଖାଁ, ଅଶୋକ ସାମଲ, ପ୍ରଦୀପ ମହାନ୍ତି, ପବୀର ବଳ, ଧର୍ମରାଜ ମହାନ୍ତି, ବରଦା ପ୍ରସନ୍ନ ରାୟ ପ୍ରମୁଖ ଧାରଣାରେ ବସି ରହି ତେଲ ଦରକୁ ବିରୋଧ କରିଥିଲେ । ସେହିପରି ଜିଲ୍ଲା ସାଧରଣ ସମ୍ପାଦକ ଚର୍ଚ୍ଚିତ ମାହାଲାଙ୍କ ନେତୃତ୍ୱରେ ଏକ ବାଇକ ରାଲି କରାଯିବା ସହିତ କଲେଜ ରୋଡ ପାଖରେ ରାଜପଥ ବନ୍ଦ କରି ତେଲଦରକୁ ବିରୋଧ କରିଥିଲେ । ସେହିପରି କଂଗ୍ରେସର ଅମାନତ ହରିଥିବା ଚଳିତ ନିର୍ବାଚନର ପାର୍ଥୀ ଅଜୟ ସାମଲ ରାଜପଥର ଅନ୍ୟ ପାର୍ଶ୍ୟରେ ବସି ତେଲଦରକୁ ବିରୋଧ କରିବା ସହିତ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ ।
ତେଲ ଦର ନ କମିଲେ ଅଖ ଚକ ସବୁଦିନ ପାଇଁ ବନ୍ଦ କରି ଦିଆଯିବ: କଂଗ୍ରେସର ଭାରତ ବନ୍ଦ ପାଳନ
|
February 15, 2021 |