ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

Spread the love

ସିକନ୍ଦରାବାଦ, ୨୫/୯ (ସନ୍ଧାନ ନିଉଜ) : ତେଲୁଗୁ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ବୁଧବାର ସିକନ୍ଦରାବାଦସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ପରିବାର ଲୋକେ ଏବଂ ଡାକ୍ତରଙ୍କ ସୂଚନା ଅନୁସାରେ ବେଣୁ ମାଧବ ବୁଧବାର ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।

ବେଣୁ ମାଧବ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଯକୃତ ଏବଂ କିଡ଼ନୀ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କୁ ସେପ୍ଟେମ୍ବର ୨୪ରେ ସିକନ୍ଦରବାଦର କର୍ପୋରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବେଣୁ ମାଧବଙ୍କ ନିଧନରେ ଦକ୍ଷିଣ ଚଳଚ୍ଚିତ୍ର ଜଗତରେ ବହୁ ଖ୍ୟାତାନାମା ଅଭିନେତା ଓ ଅଭିନେତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ସେ ଟଲିଉଡ଼ର ୬୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଜଣେ ମିମିକ୍ରି ବା ନକଲ କଳାକାର ଭାବେ ସେ ନିଜ ଅଭିନେତା ଜୀବନ ଆରମ୍ଭ କରିଥିଲେ। ୧୯୯୬ରେ ‘ସାମ୍ପ୍ରଦାୟମ’ରେ ଅଭିନୟ କରି ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୨୦୧୬ରେ ‘ଷ୍ଟୁଡେଣ୍ଟ ଗ୍ୟାଙ୍ଗ’ ଚଳଚ୍ଚିତ୍ରରେ ସେ ଶେଷ ଥର ଅଭିନୟ କରିଥିଲେ। ଜଣେ ହାସ୍ୟ ଅଭିନେତା ଭାବେ ସେ ଦକ୍ଷିଣ ଭାରତରେ ଖୁବ ପ୍ରସିଦ୍ଧ ଥିଲେ ।

Related Posts

About The Author

Add Comment