ତୃତୀୟ ଶ୍ରେଣୀ ବୃତି ପରୀକ୍ଷାରେ ଜ୍ଞାନ ନିକେତନ ଛାତ୍ରଙ୍କ କୃତିତ୍ୱ

Spread the love

ରାଉରକେଲା, ୭/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଜ୍ଞାନ ନିକେତନ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର ରୁଦ୍ର ଚୈଧୁରୀ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ରୁଦ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ନଦା ପ୍ରସାଦ ମହାପାତ୍ର,ସଭାପତି ଅମରେନ୍ଦ୍ର ପ୍ରସାଦ ସାହୁ,ସମ୍ପାଦକ ଅକ୍ଷୟ କୁମାର ସାହୁ ,ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତା ଛାତ୍ର ରୁଦ୍ରଙ୍କର ଭବିଷ୍ୟତ କାମନା କରିଥିଲେ ।ବିଦ୍ୟାଳୟ କମିଟି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଭଲ ପାଠ ପଢିବା ସହ ବିଦ୍ୟାଳୟ ଓ ନିଜ ଅଂଚଳ ପାଇଁ ସୁନାମ ଅର୍ଜନ କରିବା ପାଇଁ ମତବ୍ୟକ୍ତ କରିଥିଲେ । ବୃତି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଦ୍ୟାଳୟରେ ଖୁସିର ଲହରି ଖେଳି ଯାଇଛି ।

Related Posts

About The Author

Add Comment