ତୃତୀୟ ବିବାହ ଘଟଣାରେ ଇମ୍ରାନ ଖାନଙ୍କୁ ଭଦ୍ରକ ସୀମାନ୍ତରୁ ଗିରଫ କଲା ପୋଲିସି

Spread the love
 ଯାଜପୁର, ୨୮/୧୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଇମ୍ରାନ ଖାନ ତୃତୀୟ ବିବାହ ଘଟଣା। ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୋଲିସ। ଇମ୍ରାନ ପ୍ରଥମ ସ୍ତ୍ରୀ କୁ ତଲାକ ଦେବାପରେ ଦ୍ଵିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ। ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ। ଫଳରେ ସବିନାଙ୍କ ଉପରେ ଶାଶୁ, ଶଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏବଂ ସବିନା ତାଙ୍କ ବାପଘରକୁ ନିର୍ଯ୍ୟାତନା ସହିନପାରି ପଳାଇଥିଲେ।ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।
ତେବେ ଇମ୍ରାନ ପୁଣିଥରେ ଗତ ୧୦ ତାରିଖରେ କୋରେଇ ଠାରେ ତୃତୀୟ ବିବାହ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଦ୍ଵିତୀୟ ସ୍ତ୍ରୀ ସବିନା ଏବଂ ସେଠାରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏ ସମ୍ପର୍କରେ କୋରେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସବିନାଙ୍କ ଶ୍ୱଶୁର, ଦେଢଶୁର ଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ଆଜି ସବିନାଙ୍କ ନଣନ୍ଦ ଓ ବଡ ଯାଆ ଙ୍କୁ ଥାନାରେ ଅଟକ ରଖିଥିଲେ। ତେବେ ଇମ୍ରାନ ଙ୍କ ଗିରଫ ପରେ ପୋଲିସ ଇମ୍ରାନ ଙ୍କୁ ଆସନ୍ତା କାଲି ପ୍ରେସ ମିଟ କରି ଉପସ୍ଥାପନ କରିବ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment