ତୃତୀୟ ବାର୍ଷିକ ଲୋକକଳା ଗ୍ରାମ ମହୋସôବ ପାଳିତ

Spread the love

ଯାଜପୁର, ୦୩/୧୦/୨୦୨୧ (ସନ୍ଧାନ ନିଉଜ) : ଓଡ଼ିଶାର ପାରମ୍ପରିକ ଲୋକକଳା ଅନନ୍ୟ । ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ । ଶନିବାର ପୂର୍ବାହ୍ନରେ ଯାଜପୁର ବ୍ଲକ ସ୍ଥିତ ବିଚିତ୍ରପୁର ଗ୍ରାମ ସନ୍ନିକଟ ଏନ୍.ସି କଲେଜ ସମ୍ମିଳନୀ ଗୃହରେ ତୃତୀୟ ବାର୍ଷିକ ଲୋକକଳା ଗ୍ରାମ ମହୋସôବ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ଅତିଥିମାନେ ଯୋଗ ଦେଇ ମା’ ବିରଜା, ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ଦାସ ଲୋକକଳା ଓ କଳାକାର ମାନଙ୍କ ସମ୍ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ୫୦ହଜାର କଳାକାରଙ୍କୁ ସହାୟତା ପ୍ରଦାନ କରାଯାଉଛି । ଅପର ପକ୍ଷରେ ପାରମ୍ପରିକ ଲୋକକଳାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ ସୂଚନା ଦେବା ସହ କଳାକାର ସହାୟତା ଚୟନ କ୍ଷେତ୍ରରେ ବୟସ୍କ ବ୍ୟକ୍ତିତ୍ୱଙ୍କୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି କଳାକାରଙ୍କୁ ସହାୟତା ଓ ଲୋକକଳାର ସୁରକ୍ଷା ପାଇଁ ସମଗ୍ର ଦେଶରେ ଆମ ରାଜ୍ୟ ଆଦର୍ଶ ରାଜ୍ୟ ଭାବେ ପ୍ରେରଣା ଦେଉଛି । କଳାର ଉନ୍ନତି ସହ କଳାକାର ମାନଙ୍କ ଆର୍ଥୀକ ବିକାଶ ରାଜ୍ୟ ସରକାରଙ୍କର ମୁଖ୍ୟ ଉଦେ୍ଦଶ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଲୋକ କଳା ଗ୍ରାମ ସୃଷ୍ଟିର ଆଭିମୁଖ୍ୟ ଓ କଳାକାର ମାନଙ୍କ ପାଇଁ ଜିଲା ପ୍ରଶାସନର ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋସôବରେ ଯାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୈାରଭ ଚକ୍ରବର୍ତ୍ତି ଅତିଥି ମାନଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତୁ୍ୟଷରୁ ବିଚିତ୍ରପୁର ଗ୍ରାମରେ ଗାନ୍ଧୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ୮ଦଳ ସଂକୀର୍ତ୍ତନ ମଣ୍ଡଳୀ ପାରମ୍ପରିକ ବେଶ ପୋଷାକ ଓ ବାଦ୍ୟଯନ୍ତ୍ର ଯଥା ଢ଼ୋଲ, କସାଂଳ, ଗିନି ଇତ୍ୟାଦି ଧରି ଗ୍ରାମ ପରିକ୍ରମା କରି ସଭାମଞ୍ଚ ନିକଟରେ ପହଂଚିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମୂଲ୍ୟ କୁମାର ସାହୁ, ବରିଷ୍ଠ କଳାକାର ପରେଶ କୁମାର ମହାନ୍ତି, ସମାଜସେବୀ ଦେବାଶିଷ ପଣ୍ଡା(ଟୁଲୁ) ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment