ଯାଜପୁର , ୨୦ା୦୨: ଯାଜପୁର ଜିଲ୍ଲା ତୃତୀୟ ପର୍ଯ୍ୟାୟରେ ମତଦାନ କରାଯାଉଥିବା ବେଳେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଓ କୋରେଇ ବ୍ଲକ ରେ ତ୍ରୀସ୍ତରୀୟ ନିର୍ବାଚନ କରାଯାଉଚି । ଏହି ମତଦାନ ୮୧୯ଟି ବୁଥରେ କରାଯାଉଥିବା ସୂଚନା ମିଳିଚି । ଏଠାରେ ସୂଚନା ୍େଯାଗ୍ୟ ଯେ, ଆଜି ୨୦ତାରିଖରେ ନିର୍ବାଚନ କରାଯାଇଚି । ବିଞ୍ଝାରପୁର ବ୍ଲକରେ ମତଦାନ ହେଉଥିବା ବେଳେ, କେତେକ ବୁଥରେ ଜବରଦଖଲ ହେଉଥିବା ନଜରକୁ ଆସିଚି । କୋରେଇ ବ୍ଲକରେ ମତଦାନ ଚାଲୁଥିବା ବେଳେ, ବୁଥକୁ ଜବରଦଖଲ କରିବାପାଇଁ ଚେଷ୍ଟା କରୁଥିବା ବେଳେ, କୋରେଇବ୍ଲକର ବିଡିଓ ବୁଥରେ ପହଁଞ୍ôଚ ନିର୍ବାଚନକୁ ଶାନ୍ତୀଶୃଙ୍ଖଳାରେ କରିବାପାଇଁ ଚେଷ୍ଟାକରୁଥିବା ବେଳେ, କେତେକ ଗୁଣ୍ଡା ଶ୍ରେଣୀୟ ଲୋକ ବୁଥରୁ ଭୋଟ ବାକ୍ସ ଉଠାଇ ନେବାପାଇଁ ଚେଷ୍ଟା କରୁଥିବାର ବିଡ଼ିଓଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଚି । ସେହିପରି ବିଞ୍ଝାରପୁର ବାଛଳ ପଂଚାୟତରେ କେତୋଟି ବୁଥରେ ମତଦାନ ସମୟରେ ଭୋଟ ବାକ୍ସକୁ ନେଇଯିବାକୁ ମାଫିଆ ମାନେ ଚେଷ୍ଟା କରୁଥିବା ବେଳେ, ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ସ୍ଥଳରେ ପହଁଞ୍ôଚ ସେମାନଙ୍କର ଫଟୋ ଉତ୍ତୋଳନ କରୁଥିବା ବେଳେ, ସାମ୍ବାଦିକ ମାନଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ବୁଥ ଗୁଡ଼ିକୁ ଜବରଦଖଲ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥିବା ବଳେ, ଯାଜପୁର ଜିଲ୍ଲା ପୋଲିସ ନିରବ ଦ୍ରଷ୍ଟା ସାଜିଥିଲା । ସେଠାରେ ପୁଣିଥରେ ମତଦାନ କରାଯିବ
ତୃତୀୟ ପର୍ଯ୍ୟାୟରେ ବିଞ୍ଝାରପୁର କୋରେଇ ୮୧୯ଟି ବୁଥରେ ମତଦାନ
|
February 21, 2022 |



