ତୁମୁଡିବନ୍ଧ ଥାନା ଅଞ୍ଚଳରେ ମାଓ ପୋଷ୍ଟର

Spread the love

ବାଲିଗୁଡା,27/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ପୁଣି କନ୍ଧମାଳ ଜିଲ୍ଲା ‌ତୁମୁଡିବନ୍ଧ ଥାନା ଅଞ୍ଚଳରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ନିକଟ ଇମାନୁଏଲ ନଗରରେ ମାଓ ପୋଷ୍ଟର ଜାରି କରିଛି କେକେବିଏନ୍ ମାଓ ସଂଗଠନ । ସମାଜରେ ସତ୍ୟ, ନ୍ୟାୟ ସମାନତା ପ୍ରତିଷ୍ଠା ପାଇଁ ପିଏଲଜିଏ ସପ୍ତାହ ଅବସରରେ ପିଏଲଜିଏରେ ଯୋଗ ଦେବାକୁ ଯୁବକ ଯୁବତୀ ମାନଙ୍କୁ ମାଓବାଦୀ ପାର୍ଟି ପୋଷ୍ଟର ମାଧ୍ୟମରେ ଆହ୍ବାନ କରିଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲାର ୧୨୦ସ୍କୁଲ ବନ୍ଦ ଓ ୧୭୦ ଗାଁ ଲୋକେ କାମ ଅନ୍ବେଷଣରେ ଭିଟାମାଟି ଛାଡ଼ିଥିବା ବେଳେ ଫିରିଙ୍ଗିଆ ବ୍ଲକ୍ କୋଟପଙ୍ଗା ଠାରେ ସିଆରପିଏଫ୍ କ୍ୟାମ୍ପ କଣ ପାଇଁ ବୋଲି ପ୍ରଶ୍ନ କରିବା ସହ ଜିଲ୍ଲାରେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରିଛି ମାଓ ସଂଗଠନ । ସେପଟେ ଗଞ୍ଜେଇ ଗଛ କଟାକୁ ମଧ୍ୟ ପୋଷ୍ଟର ମାଧ୍ୟମରେ ବିରୋଧ କରିଛି ମାଓ ସଂଗଠନ ।

Related Posts

About The Author

Add Comment