ତୁଟୁନି ରଜନୀକାନ୍ତଙ୍କ ବିଜେପି ମୋହ; କହିଲେ, ବିଜେପି ଏତେ ଖରାପ ନୁହେଁ ଯେ ତା’ ବିରୋଧରେ ସମସ୍ତେ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ଅଛି

Spread the love

ଚେନ୍ନାଇ,୧୨/୧୧ (ସନ୍ଧାନ ନିଉଜ) : ଅଭିନେତାରୁ ରାଜନେତା ପାଲଟିଥିବା ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ରଜନୀକାକ୍ତ କୌଣସି ଦଳରେ ନିଜକୁ ସାମିଲ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ନିଜର ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ହେଲେ, ତଥାପି ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ନେତା ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା ତାଙ୍କର ମୋହ କମ୍‌ ହୋଇନାହିଁ। ଆଗାମୀ ୨୦୧୯ ନିର୍ବାଚନରେ ସମସ୍ତ ଅଣବିଜେପି ଦଳ ଏକଜୁଟ ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ରଜନୀକାନ୍ତ ଏହାର ତୀବ୍ର ବିରୋଧ କରିଛନ୍ତି।

ବିରୋଧୀ ଦଳର ଏପ୍ରକାର ନିଷ୍ପତ୍ତିର ବିରୋଧ କରି ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ ଆଜି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଗୋଟେ ଏତେ ଖରାପ ଦଳ ନୁହେଁ ଯେ ତା’ ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ବିଜେପିକୁ ବିରୋଧ କରିବା ପାଇଁ ଏକଜୁଟ ହେଉଥିବା ବିରୋଧୀ ଦଳମାନଙ୍କ ସହ ସେ କିମ୍ବା ତାଙ୍କ ଦଳ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ତେଣୁ, ରଜନୀକାନ୍ତଙ୍କ ଆଜିର ଏପ୍ରକାର ବୟାନ ପରେ ରଜନୀକାନ୍ତ ବିଜେପିରେ ଯୋଗଦେବା ଏବଂ ତାଙ୍କ ଗଠିତ ପାର୍ଟି ବିଜେପିରେ ଲୀନ ହେବା ନେଇ ଆଉଥରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି।

Related Posts

About The Author

Add Comment