ଭଦ୍ରକ 16/10 (ସନ୍ଧାନ ନ୍ୟୁଜ୍) :- ତିହିଡି ବ୍ଲକ କାଁପଡା ପଞ୍ଚାୟତରେ ରିଲିଫ୍ ପ୍ରଦାନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗତ ୯ ତାରିଖ ଠାରୁ ୧୯ ପରିବାର ପକ୍ଷରୁ ପ୍ରଥମେ ଗଣଧାରଣା ଏବଂ ପରେ ୩ ଦିନ ଧରି ୩ ଜଣ ଆମରଣ ଅନଶନରେ ବସିଥିବା ସୂଚନା ମିଳିଛି । ତେବେ ଏଯାଏଁ ବ୍ଲକ ପ୍ରଶାସନ ସେମାନଙ୍କୁ ଭେଟି ସମାଧାନ କରିବା ତ ଦୂରର କଥା କୌଣସି ସାନ୍ତନ୍ୱା ମୂଳକ ମନ୍ତବ୍ୟ ଦେଇନଥିବା ଜଣାଯାଇଛି। ପ୍ରସାଶନର ଏପରି ମନୋଭାବକୁ ନେଇ ପଂଚାୟତବାସୀ ନାପସନ୍ଦ କରିବା ସହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକାଶ ଥାଉକି କାଁପଡା ପଂଚାୟତରେ ୭୦ ପରିବାରକୁ ରିଲିଫ ଯୋଗାଇ ଦିଆଯାଇଥିବା ବେଳେ ୧୯ ପରିବାରକୁ ରାଜନୈତିକ ଚାପରେ ରିଲିଫ ପ୍ରଦାନରୁ ବଂଚିତ କରାଯାଇଥିବାର ଅଭିଯୋଗ ହୋଇଛି।
ତିହିଡି କାଁପଡ଼ା ପାଞ୍ଚାୟତରେ ରିଲିଫ ହେରଫେର ଅଭିଯୋଗରେ ଆମରଣ ଅନଶନ: ଜଣେ ଗୁରୁତ୍ତର
|
October 16, 2020 |
