ତିହିଡ଼ି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଜୀ ଓ ଗୁରୂମା ଙ୍କ ପ୍ରତିବାଦ ସଭା

Spread the love

ଭଦ୍ରକ  ୨୦/୩/୨୬ (ସନ୍ଧାନ ନ୍ୟୁଜ )  ତିହିଡ଼ି ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଙ୍କୁ ନିଲମ୍ବନ ନ କରିବା ପାଇଁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ ଓ ଗରୁମା ଏକ ପ୍ରତିବାଦ ସଭା ର ଆୟୋଜନ କରି ଥିଲେ। ଘଟଣା ରୁ ପ୍ରକାଶ ଯେ ଓଡିଶା ଶିକ୍ଷା ବିକାଶ ସମିତି ଦ୍ବାରା ପରିଚାଳିତ ତିହିଡ଼ି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପରିଚାଳନା କମିଟି ର ସଭାପତି ଓ ସମ୍ପାଦକ କୌଣସି ଏକ କାରଣ ରୁ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ଆଗକୁ ବହୁତ ପରୀକ୍ଷା ଥିବାରୁ ଓ ପ୍ରଧାନ ଆଚାର୍ଯ୍ୟ ଜଣେ ଲୋକପ୍ରିୟ,ଓଛାତ୍ରବତ୍ସଳ ଗୁରୁଜୀ ହୋଇ ଥିବାରୁ ତାଙ୍କୁ ନିଲମ୍ବନ ନ କରିବା ପାଇଁ ଗୁରୁଜୀ, ଗୁରୁ ମା ମାନେ ବିଦ୍ୟାଳୟର ମୂଖ୍ୟ ଦ୍ଵାର ରେ ବସି ରହି ପ୍ରତିବାଦ କରି ଥିଲେ। ଯେତେ ପର୍ଯ୍ୟନ୍ତ ପ୍ରଧାନ ଆଚାର୍ଯ୍ୟ ଙ୍କ ନିଲମ୍ବନ ପ୍ରତ୍ୟାହାର ନ କରି ଛନ୍ତି ସେ ପର୍ଯ୍ୟନ୍ତ ଆମେ ଧାରଣା ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ

Related Posts

About The Author

Add Comment