ତିହିଡ଼ିରେ ବିଜେଡିର ରଜ ଭେଟ: ପରାଜୟର ସମୀକ୍ଷା କଲେ ନେତା
ତିହିଡ଼ିରେ ବିଜେଡିର ରଜ ଭେଟ: ପରାଜୟର ସମୀକ୍ଷା କଲେ ନେତା
Manas Kumar Rout |
June 16, 2019 |
ତିହିଡି:୧୬/୬ (ସନ୍ଧାନ ନିୟୁଜ) ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ତଳି ତିହିଡି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତର ବାସନ୍ତି ପଡିଆରେ ରବିବାର ମଧ୍ୟାହ୍ନରେ ବିଜେଡିର ରଜ ଭେଟି ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଦଳୀୟ ନେତାମାନେ ଯୋଗ ଦେଇ ଧାମନଗର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପରାଜୟର ସମୀକ୍ଷା କରିଥିଲେ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ସରପଞ୍ଚ ମିନତୀଲତା ଦାସ, ଶଶଧର ସାମଲ ଓ ଭାଗିରଥି ଦାସ, ଯୁବନେତା ବିକ୍ରମ ଦାସ, ଗଣେଶ ପ୍ରସାଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପରାଜୟର ସମୀକ୍ଷା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।
Related Posts
About The Author