ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

Spread the love
ଜଗତସିଂହପୁର, ୨୦/୦୬/୨୦ (ସନ୍ଧାନ ନିଉଜ) : ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ତିର୍ତ୍ତୋଲ ସ୍ଥିତ ଥିବା ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ଭେଟିକି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ।ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯଦି ସୂତାକଳ ଟି କାର୍ଯ୍ୟକ୍ଷମ ହୁଏ ତାହେଲେ ମହାମାରୀ କରୋନା ସମୟରେ ଫେରିଥିବା ପ୍ରବାସୀ ମାନେ ନିଜ ଜିଲ୍ଲାରେ ଚାକିରି କରିବସହିତ ଜିଲ୍ଲାର ବେକାରୀ ସମସ୍ୟା ଦୂରହେବ ଓ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ । ଏଥିରେ ଅଜୟ କୁମାର ଗୋଛାୟତ, କାଳୀ କିଙ୍କର ମହାନ୍ତି, ରବିନାରାୟଣ କର,ସୌଭାଗ୍ୟ ସ୍ୱାଇଁ,ରୁଦ୍ର ଆଚାର୍ଯ୍ୟ,କାଳନ୍ଦୀ ଦାଶ,ଅବନୀକାନ୍ତ ଦାଶ,ଶ୍ୟାମ ସୁନ୍ଦର ସାହୁ ,ସୁରେଶ ମଲ୍ଲିକ ,ଅଂଶୁମାନ ମହାନ୍ତି ,ଆଶିଷ ମହାନ୍ତି ,ପବିତ୍ର କୁମାର୍ ମହାନ୍ତି ,ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ ।

Related Posts

About The Author

Add Comment