ରାଇରଙ୍ଗପୁର-୧୩/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ତିରି°ବ୍ଳକ ର ବଡଭୁଣ୍ଡୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଭୁଣ୍ଡୁ ଠାରେ କ୍ଳଷ୍ଟରସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।”ଶୈକ୍ଷିକ ଅଭିବୃଦ୍ଧି ର ସୁଦୃଢ଼ୀକରଣ”ଉପରେ ଆଲୋଚନା ହୋଇଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ ଏହା ଆୟୋଜିତ ହୋଇଥିଲା।ସତନ୍ତ୍ର ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଜୟରାମ ମୁଣ୍ଡା ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଆଲୋଚ୍ୟ ବିଷୟ”ଭାଷା ଓ ଗଣିତରେ ପିଲାର ଦକ୍ଷତା ବୃଦ୍ଧି”ସହ ଅକ୍ଷର ଓ ଧ୍ୱନି ସମ୍ପର୍କିତ ଜ୍ଞାନ ଭାଷା ଶିକ୍ଷଣର ମାର୍ଗକୁ ଉନ୍ମୁକ୍ତ କରିଥାଏ ବୋଲି ମତପ୍ରକାଶ ପାଇଥିଲା। ଶିକ୍ଷୟିତ୍ରୀ ଉର୍ମିଳା ଶ୍ଵାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବେଣୁଧର ଭଞ୍ଜର ଗହନ ବେହେରା,ପ୍ରେମଲତା ମାରାଣ୍ଡି ପ୍ରମୁଖ ଆଲୋଚନା ରେ ସକ୍ରିୟ ଅ°ସଗ୍ରହଣ କରିଥିଲେ। ଶିକ୍ଷକ ଅର୍ଜୁନ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସାଧୁବାଲାଏ, ପଞ୍ଚାନନ ଜେନା, ସସ୍ମିତା ବେହେରା, ବସୁମତୀ,ଆଲାଦି ସୋରେନ,ଗାଇଚାନ୍ଦ ମାରାଣ୍ଡି, ସତ୍ୟରଞ୍ଜନ ସେଠୀ, ଜଗବନ୍ଧୁ ନାଏକ,ଛିତା ମାରାଣ୍ଡି, ରତ୍ନାକର ପଣ୍ଡା ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ। ଏଥିରେ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା ରେ ଅ°ଶ ଗ୍ରହଣ କରିଥିଲେ।
ତିରି°ରେ ଶୈକ୍ଷିକ ଅଭିବୃଦ୍ଧି ଉପରେ ଆଲୋଚନା ଚକ୍ର
|
December 20, 2021 |



