ଉଦଳା, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ପୁଣି ଲୁଟେରାଙ୍କ ଟାର୍ଗେଟରେ ଶିକ୍ଷାନୁଷ୍ଠାନ ପ୍ରଥମେ ସ୍କୁଲଗୁଡିକରେ କଳାକନା ବୁଲାଇ ସାରିବା ପରେ ଏବେ ପାଳି ପଡିଛି କଲେଜର ଉଦଳା ବ୍ଳକ୍ କୁଣ୍ଡାବାଇସ୍ଥିତ ଆରଡିଏସ୍ କଲେଜରୁ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ କଲେଜ ପିଅନ ପଙ୍କଜ ପ୍ରଧାନ ଗଲାବେଳକୁ ଲ୍ୟାବ୍ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଖବର ପାଇ ଅଧ୍ୟାପକ ଅଜିତ୍ କୁମାର ମହାପାତ୍ର ପୁଲିସକୁ ଅବଗତ କରିଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କଲେଜର ଲାଙ୍ଗୁଏଜ ଓ କମ୍ପ୍ୟୁଟର କ୍ୟାରୁ ପ୍ରୋଜେକ୍ଟର,କମ୍ପ୍ୟୁଟର, ଏଲ୍ସିଡି, ଇନଭର୍ଟର, ସାଉଣ୍ଡ ମେସିନ୍, ମାଇକ୍ରୋଫୋନ କଲର ଟିଭି, ହେଫୋନ୍, ସାଉଣ୍ଡ ବକ୍ସ ଇତ୍ୟାଦି ଜିନିଷ ଚୋରି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ଗିରି କହିଛନ୍ତି । ସେପଟେ ଦୁଇ ରାତ୍ରି ଜଗୁଆଳି ଅଜିତ ବାରିକ ଓ ଅମୂଲ୍ୟ କୁଅଁର ରାତିରେ କଲେଜରେ ଉପସ୍ଥିତ ଥିଲେ ବି ସେମାନେ ଚୋରି ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁବ ଅଦାପାଳ ଓ ରାଣ୍ଡୋ ଅଞ୍ଚଳର ସ୍କୁଲରୁ ସମାନ ଢଙ୍ଗରେ ଚୋରି ହୋଇଥିଲା । ଚୋରମାନେ ମୁଖ୍ୟତଃ କମ୍ପ୍ୟୁଟର ଓ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ଜିନିଷଗୁଡିକୁ ଟାର୍ଗେଟ କରୁଥିବା ବେଳେ ରାତ୍ରି ଜଗୁଆଳିମାନଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ରହୁଛି । ତେବେ ଅଧିକାଂଶ ଚୋରିଘଟଣାରେ ସାଇଣ୍ଟିଫିକ୍ ଟିମ୍ କିମ୍ବା ସନ୍ଧାନୀ କୁକୁର ଅଣାଯାଉନଥିବାରୁ ପୁଲିସ ଏହାକୁ ଗମ୍ଭୀର ଭାବେ ନେଉନଥିବା ପ୍ରତୀୟମାନ ହେଉଛି । ଗତ ୬ମାସରେ କୌଣସି ଗୋଟିଏ ବି ଘଟଣାରେ ଜଣେ ହେଲେ ଧରାପଡ଼ିନାହାନ୍ତି।
ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍
|
January 6, 2021 |