ତାଲା ଭାଙ୍ଗି ଚୋର ଲୁଟିନେଲେ ଟଙ୍କା

Spread the love

ରାଇରଙ୍ଗପୁର, ୨୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ୩୩ ନମ୍ବର ୱାର୍ଡରେ ଥିବା ଲ୍ୟାମ୍ପ୍ସ ପରିସରରେ ଏକ ସରକାରୀ କ୍ବାର୍ଟରେ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ତାଲା କାଟି ୧୫ ହଜାର ଟଙ୍କା ଲୁଟିନେଇଛନ୍ତି । ସୂଚନା ଅନୁଯାୟୀ ଉକ୍ତ ଲ୍ୟାମ୍ପ ପରିସରରେ ଥିବା କଟରେ ଓଡ଼ିଶା ପୁଲିସରେ କାର୍ଯ୍ୟରତ ଥିବ କନେଷ୍ଟବଳ ଦୀପକ ମହାନ୍ତ ନିଜ ପରିବାର‌ ରହିଥାନ୍ତି ଗତକାଲି କୌଣସି କାମରେ ନିଜ ପୈତୃକ ଘରକୁ ଯାଇଥିବା ବେଳେ କୁରେ ତାଲା ପକାଇ ଯାଇଥିଲେ ନିଛାଟିଆର ସୁଯୋଗ ନେଇ ଘରେ ଲାଗିଥିବା ଚାବିକୁ କାଟି ଘରେ ପଶି ଦୁଇ ଜାଗାରେ ଥିବା ୧୫ହଜାର ଟଙ୍କା ଲୁଟି ନେବାକୁ ସକ୍ଷମ ହୋଇଥିଲେ । ଆଜି ସକାଳେ‌ ଚାବି ଭଙ୍ଗା ଥିବା ଦେଖୁ ପୁଲିସକୁ ଖବର ଦେଇଥିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ଉକ୍ତ ଲ୍ୟାମ୍ପ ଉପରେ ଶହ ଶହ ଚାଷୀ ନିର୍ଭର କରୁଥିବା ବେଳେ ଧାନ କିଣା ଋଣ ଦେବା ନେବା ଚାଲି ଥିବା ବେଳେ କିପରି ରାତ୍ରି ଜଗୁଆଳି ନିଯୁକ୍ତି ଦିଆ ଯାଇ ନାହିଁ ତାହା ସନ୍ଦେହ ପ୍ରକାଶ ପାଇଛି । ଘଟଣା ଘଟିଥିବା ସାମନାରେ ଜେଏମଏଫସି ଜଜଙ୍କ ସରକାରୀ ବାସଗୃହ ଅଛି ତେଣୁ ପୁଲିସ ପାଟ୍ରୋଲିଂ ଜୋରଦାର କରିବାକୁ ବାସୀ ଦାବି କରିଛନ୍ତି ।

Related Posts

About The Author

Add Comment