ଯାଜପୁର ,୧୬/୦୪ (ସନ୍ଧାନ ନିୟୁଜ/ବି.ଏନ.ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ରେ କରୋନା ସଂକ୍ରମଣ ନହେବାକୁ ଜିଲ୍ଲା ପ୍ରଶାସନ ଗତ ଦୁଇ ଦିନ ହେଲା ତନାଘନା ଚଳାଇ ମୁକୁନ୍ଦ ପୁର ଗ୍ରାମ ପଞ୍ଚାୟତରୁ ପଶ୍ଚିମବଙ୍ଗରୁ ଫେରିଥିବା ୬ ଜଣଙ୍କୁ ନେଇ ଜିଲ୍ଲା କ୍ୱାରେଣ୍ଟାଇରେ ଚଳାଥବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରଇ ବ୍ଲକ୍ ରେ ଗତ ଦୁଇ ଦିନ ହେଲା ବେଆଇନ ଇଟାଭାଟି ଗୁଡିକ ଉପରେ ଚଢାଉ କରି ବନ୍ଦ କରିବା ସହ ବ୍ଲକ୍ ରେ ଜନସାଧାରଣଙ୍କୁ ସମଦୁରତା ପାଳନ କରିବାକୁ ସଚେତନତା କରିବା ଦେଖିବାକୁ ମିଳିଛି । ଏପରି ସ୍ଥଳେ ଇଷ୍ଟକୋଷ୍ଟ ରେଲତ୍ୱ ବୈତରଣୀ ରୋଡ୍ ରୋଲତ୍ୱ ଷ୍ଟେସରେ ଠିକାଦାର ଅଧିନରେ କାର୍ଯ୍ୟକରିବାକୁ ଆସିଥିବା ୨ଜଣ ଜଣ ନାବାଳକ ସମେତ୪ଜଣ ଶ୍ରମିକ କାମବନ୍ଦ ଥିବାରୁ ଭୋକ ଉପବାସରେ ନିଜ ଗ୍ରାମ ମୟୁରଭଞ୍ଜ ଯିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ମୟୁରଭଞ୍ଜ ଜିଲ୍ଲା କପିପଦା ଥାନା ଇଟାଗଦା ଗ୍ରାମର ନାବାଳକ ଲକ୍ଷ୍ମଣ ସୁରେନ(୧୪)ବର୍ଷ ,ଜିଲ୍ଲାର ଉଦଳା ଥାନା ଜତିକାଦେଇପୁର ଗ୍ରାମର ନବାଳକ ବାଦଲ ମାରରଡି (୧୪)ବର୍ଷ ଏବଂ ଉକ୍ତ ଜିଲ୍ଲାର କପ୍ତିପଦା ଥାନା ଇଟାଗଦା ଗ୍ରାମର ଚକ୍ରଧର ବାସକେ(୨୭) ବର୍ଷ ଓ ଉଦଳା ଥାନା ସୁସୁରାମ ପୁର ଗ୍ରାମର ସୁନାରାମ ଟୁଡୁ (୩୦ ବର୍ଷ ବୈତରଣୀରୋଡ୍ ରେଲତ୍ô ଷ୍ଟେସନକୁ ଠିକା କାମ କରିବାକୁ ଆସିଥିଲେ । କାମ କରିବା ସମୟରେ କରୋନା ଲକ୍ଡାଉନ୍ ହେବା ଫଳରେ ନିଜ ଗ୍ରାମକୁ ଫେରି ନପାରି ଭୋକ ଉପବାସରେ ପଡି ରହିବା ଦେଖିବାକୁ ମିଳିଛି । ବୈତରଣୀ ରୋଡ୍ ଷ୍ଟେସକୁ ଡିୟୁଟିରେ ୍ରାସିଥିବା ଭଦ୍ରକ ଆରପିଏଫ ବି.ଏଲ. ରାମ ଓ ଆର.ଏ.ରାମ ଏମାନଙ୍କର ଏପରି ଅବସ୍ଥା ଦେଖି ଗୋଟିଏ ଦିନ ପାଇଁ ଖାଇବା ବ୍ୟବସ୍ଥା କରାଇ ପଲାଇ ଥିଲେ । ପରେ ବୈତରଣୀ ରୋଡ୍ ବରୁଣ୍ଡାଇ ଗ୍ରାମପଞ୍ଚାୟତ ୫ନଂମ୍ବର ୱାର୍ଡମେମ୍ବର ଗୈାରାଙ୍ଗ ସାହୁ ସହୋଯୋଗର ଦାତ ବଢାଇବା ଦେଖିବାକୁ ମିଳଇଛି । ବରୁଣ୍ଡାଇ ପଞ୍ଚାୟତ ପକ୍ଷରୁ ଅସହାୟ ଓ ଭୋକିଲା ମାନଙ୍କୁ ସୁକିଲା ଓ ରନ୍ଧା ଖାଦ୍ୟ ଯୋଗା ଯାଉଥିବା ବେଳେ ଭୋକା ଉପବାସରେ ଦିନ କାଟୁଥିବା ଏମାନଙ୍କ ନିକଟରେ ଖାଦ୍ୟ ଖାଇ ବଞ୍ଚି ରହିବା ସମସ୍ୟା ହୋଇଛି । ଅଡ଼୍ର ପଟେ ଏମାନଙ୍କୁ ଠିକା କାମ କରିବାକୁ ଆଣିଥିବା କଟକ ଚାଉଳିଆଗଞ୍ଜ ତାନା ଅଞ୍ଚଳର ଠିକାଦାର ଏମାନଙ୍କୁ ଦେଖା ନଦେବା ସହ ସମସ୍ଥ ଯୋଗାଯୋଗ କୁ ବନ୍ଦ କରି ଲୁଛିବା କାମ କରିବାକୁ ଆସି ଫସିରହିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଫସିଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ପେୟ ବ୍ୟବସ୍ଥା କରିବା ସହ ସେମାନଙ୍କୁ ସେମାନଙ୍କର ଗ୍ରାମରେ ପହଞ୍ଚାଇବାର ବ୍ରବସ୍ଥା କରିବାକୁ ଅଞ୍ଚଳରର ସ୍ୱସ୍ଥାସେବୀ ରାଜେନ୍ଦ୍ର ଦାସ ଦାବି କରିଛନ୍ତି
ତାଲାବନ୍ଦ ପାଇଁ ଉପବାସରେ ଘରକୁ ଯିବାକୁ ଅପେକ୍ଷା କରିଛନ୍ତି ୨ ଜଣ ନାବାଳକ, ୨ଜଣ ଶ୍ରମିକ
|
April 16, 2020 |
