ଦିଲ୍ଲୀ ,୨୧/୦୪ (ସନ୍ଧାନ ନିଉଜ) : ତାଲାବନ୍ଦ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଛି; କିନ୍ତୁ ସଡ଼କ ଦୁର୍ଘଟଣା ଭଳି ଅପରାଧ ହ୍ରାସ ପାଉଥିବା ଯଦି କେହି ଭାବନ୍ତି; ତେବେ ତାହା ଭୁଲ। ରାଜଧାନୀ ଦିଲ୍ଲୀର ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ହେବ। ବଳାତ୍କାର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀରେ ତାଲାବନ୍ଦ ପରଠାରୁ; ବିଶେଷକରି ଏପ୍ରିଲ ୧ରୁ ୧୫ତାରିଖ ମଧ୍ୟରେ ୨୧ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ବଳାତ୍କାରକୁ ବାଦ୍ ଦେଲେ ୩୧ ଅସଦାଚରଣ ମାମଲା ରୁଜୁ ହୋଇଛି। ଏଥିସହିତ ଚୋରି, ଡକାୟତି, ହତ୍ୟା ଓ ଅଶାଳୀନ ବ୍ୟବହାର ଭଳି ଅପରାଧ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଚୋରି ମଧ୍ୟରେ ଗାଡ଼ି ଚୋରି ସର୍ବାଧିକ ବୋଲି ଜଣାପଡ଼ିଛି। ତାଲାବନ୍ଦ ଘୋଷଣାଠାରୁ ୧୫ତାରିଖ ସୁଦ୍ଧା ୨୧ ଅପହରଣ, ୩୪୪ ମୋଟର ସାଇକଲ ଚୋରି, ୧୯୧୪ ଚୋରି, ୬୮ଛିନ୍ତାଇ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଘରୁ ଚୋରି ସଂଖ୍ୟା ୩୩, ଡକାୟତି ୩୨ ଓ ଅନ୍ୟ ଚୋରି ୩୭। ଅବଶ୍ୟ ଦିଲ୍ଲୀ ପୁଲିସ ଏସବୁକୁ ପୁରୁଣା ମାମଲା ଦର୍ଶାଇ ଏଡ଼ାଇଯିବାକୁ ପ୍ରୟାସ ଚଳାଇଛି।
ତାଲାବନ୍ଦବେଳେ ଦିଲ୍ଲୀରେ ୨୧ ବଳାତ୍କାର
|
April 21, 2020 |