ତିରୁବନନ୍ତପୁରମ,୬/୧ (ସନ୍ଧାନ ନିୟୁଜ) : କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ଅୟପ୍ପା ଭଗବାନଙ୍କ ଦର୍ଶନ ସାରି ଫେରୁଥିବା ୧୧ଜଣ ଶ୍ରଦ୍ଧାଳୁଙ୍କ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ପ୍ରକାଶିକ ରିପୋର୍ଟ ମୁତାବକ, ତାମିଲନାଡୁର ପୃଦୃକ୍କୋଟ୍ଟଇ ଜିଲ୍ଲାର ତିରୁମୟେମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଶ୍ରଦ୍ଧାଳୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକମାନେ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ସମସ୍ତ ଶ୍ରଦ୍ଧାଳୁ ସାବରିମାଲା ମନ୍ଦିରକୁ ଭଗବାନ ଅୟାପ୍ପାଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ଶେଷ କରି ଏକ ଭ୍ୟାନ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାରୁ ଏକ ଟ୍ରକ୍ ଆସୁଥିଲା, ଟ୍ରକ୍ ଓ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟାବହ ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋର୍ରେ ଲାଗିଥିଲା କି ଘଟଣାସ୍ଥଳରେ ହିଁ ୭ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଗୁରୁତରଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି। ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।