ତାମିଲନାଡୁ: ପାଣିପାଗ ବିଭାଗର ପୂର୍ବାନୁମାନ, ସାମୁଦ୍ରିକ ଝଡ଼ ‘ଫନି’ ଅପରାହ୍ନ ସୁଦ୍ଧା ପ୍ରଚଣ୍ଡ ରୂପ ନେଇପାରେ

Spread the love

ନୂଆଦିଲ୍ଲୀ ,୨୮/୪(ସନ୍ଧାନ ନିୟୁଜ) : ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ଫନି’ ଭାରତ ମହାସାଗରକୁ ଛୁଇଁବା ପରେ ଆଜି ସଂଧ୍ୟା ସୁଦ୍ଧା ପ୍ରଚଣ୍ଡ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଶନିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ‘ସାମୁଦ୍ରିକ ଝଡ଼ ‘ଫନି’ ଆଗାମୀ ୧୨ରୁ ୨୪ ଘଣ୍ଟା ଭିତରେ ପ୍ରଚଣ୍ଡ ରୂପ ନେବ।’

ନିକଟରେ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ଗେବରେ ପବନ ବହିବ।

ମଙ୍ଗଳବାର ସୁଦ୍ଧା ପବନର ବେଗ ଘଣ୍ଟାକୁ ୧୪୦ରୁ ୧୫୦ ହୋଇପାରେ ବୋଲି ସୂଚନା ରହିଛି। ମୁଖ୍ୟତଃ କେରଳର ଅନେକ ସ୍ଥାନରେ ସୋମବାର ଓ ମଙ୍ଗଳବାରରେ ବର୍ଷା ହେବାର ବିଶେଷ ସମ୍ଭାବନା ରହିଛି।

ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଏହି ଝଡ଼ ବର୍ଷା ହେବାର ସମ୍ଭାବନା ଅଛି। ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।

Related Posts

About The Author

Add Comment