ବଲାଙ୍ଗୀର, ୨୫/୦୫ (ସନ୍ଧାନ ନିଉଜ) : ବଲାଙ୍ଗୀର ଜିଲ୍ଲାର ଟିଟିଟିଲାଗଡ଼ ରେ ଅତୀତରେ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତତଲାଗଡ଼ ରୂପେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିଲା। ଏପରି କି ଅନ୍ତର୍ଜାତୀୟ ଗବେଷକ ଏ ଅଞ୍ଚଳ ଉଚ୍ଚତା ସମ୍ପନ୍ନ ଥିବାରୁ ତାପମାତ୍ରା ବୃଦ୍ଧି ଓ ଜଳସ୍ତର ନିମ୍ନଗାମୀ ଥିବା ପ୍ରକାଶ କରିଥିଲେ। ପାନୀୟ ଜଳ ଖରାଦିନେ ସମ୍ପୂର୍ଣ୍ଣ ଶୁଖିଯିବା ନେଇ ସାଧାରଣ ଙ୍କ ଆନ୍ଦୋଳନ କ୍ରମେ କଲହାଣ୍ଡି ଜିଲ୍ଲା କେସିଙ୍ଗା ରେ ଥିବା ତେଲନଦୀ ରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଗତ ଶୁକ୍ରବାର ଦିନ ଏହି ଟିଟିଲାଗଡ଼ ର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବେସରକାରୀ ଭାବେ ୪୬ ଡିଗ୍ରୀ କୁହାଯାଉଛି। ଆଜି ଏହି ଟିଟିଟିଲାଗଡ଼ ର ତାପମାତ୍ରା ୪୬ ଡିଗ୍ରୀ କୁ ଛୁଇଁଥିବା ବେଳେ ଜନ,ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅପରପକ୍ଷେ ପ୍ରଶାସନିକ ଉଦାସୀନତା ଓ ଖାମଖିଆଲ ମନୋଭାବ ଯୋଗୁଁ ସହର ରେ ପାନୀୟଜଳ ଯୋଗାଣ ସଠିକ ଭାବରେ ହୋଇପାରିନି, ଏପରିକି ଜଳଛତ୍ର ଟିଏ ମଧ୍ୟ ଆଜିସୁଧା ଖୋଲା ଯାଇନି। ସେହିପରି ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସରକାର ଯୋଗାଇ ଦେଇଥିବା କିଣ୍ଟଆରୋ ଗୁଡିକରେ ଓ ମାଠିଆ ଗୁଡିକ ରେ ପାଣି ନାହିଁ। ଯଦ୍ୱାରା ରୋଗୀ ଙ୍କ ସମ୍ପର୍କୀୟ ଓ କର୍ମଚାରୀ ପାଣି ପିଇବାକୁ ପାଉ ନ ଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁଯାୟୀ ଏ ଦିଗରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା ତୁରନ୍ତ କରାଯିବା ପାଇଁ ଦାବୀ ହେଉଛି। ଆଗାମୀ ଦିନରେ ତାପମାତ୍ରା ଆଉ ବୃଦ୍ଧି ପାଇବା ସମ୍ଭାବନା ରହୁଥିବା ବେଳେ ଏ ଅଞ୍ଚଳ କୁ ସିତଳି କରଣ ପାଇଁ ସରକାର ବୃକ୍ଷ ରୋପଣ ଯୋଜନା ଚଳାଇ ଥିବା ବେଳେ ତାହା କାଗଜ କଲମ ରେ ସୀମିତ। ବିଭାଗୀୟ ମୂଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସେବା ସଙ୍ଘ ତରଫରୁ ଦାବି ହେଉଛି।
ତାପମାତ୍ରା ବୃଦ୍ଧି ଯୋଗୁ, ପାନୀୟଜଳ ପାଇଁ ଲୋକେ ଡହଳ ବିକଳ।
|
May 25, 2020 |



