ଭୁବନେଶ୍ଵର, ୧୮/୨/୨୦ (ସନ୍ଧାନ ନିଉଜ) : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ହେବ। ଆଜିଠାରୁ ଶୀତ କମିବ। ଓଡିଶାର ବିଭିନ୍ନ ସହରରେ ବଢିବ ଦିନର ତାପମାତ୍ରା। ଘନ କୁହୁଡି ଯୋଗୁ ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୋଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତାପମାତ୍ରା ବଢିବ, ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି
|
February 18, 2020 |


