ତାଇୱାନର ମେଟ୍ରୋ ଷ୍ଟେସନରେ ଦୁର୍ବତ୍ତଙ୍କ ବର୍ବରକାଣ୍ଡ : ଛୁରା ମାଡ଼ରେ ୩ ଜଣ ମୃତ

Spread the love

ତାଇୱାନ ୨୦/୧୨/୨୫ (ସନ୍ଧାନ ନ୍ୟୁଜ)  : ତାଇୱାନ ଏକ ଶାନ୍ତିପ୍ରିୟ ଦେଶ କିନ୍ତୁ ଆଜି ସେ ଅଶାନ୍ତ ହୋଇ ଉଠିଛି। କାରଣ ତାଇୱାନର ରାଜଧାନୀ ତାଇପେଇର ମେଟ୍ରୋ ଷ୍ଟେସନରେ ଦୁବୃତ୍ତଙ୍କର ବର୍ବରକାଣ୍ଡ। ଷ୍ଟେସନରେ ଆଖିବୁଝୀ କରି ଚାଲିଲେ ଛୁରାମାଡ଼। ଯାହାଫଳରେ ଘଟଣାସ୍ଥଳରେ ଚାଲିଗଲା ୩ ଜଣ ଜୀବନ। ଏପରିକି ଛୁରାମାଡ଼ରେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆକ୍ରମଣକାରୀ ଜଣକ ପ୍ରଥମେ ମେଟ୍ରୋ ଷ୍ଟେସନକୁ ଆସି କିଚଜି ସମୟ ପର୍ଯ୍ୟନ୍ତ ଫୋନରେ କାହା ସହ କଥା ହୋଇଥିଲା। ଏହାପରେ ଯେତେବେଳେ ଷ୍ଟେସନ ନିକଟରେ ଲୋକଙ୍କର ଭିଡ ଜମିଥିଲା। ଏହାର ସୁଯୋଗ ନେଇ ସେ ଏକ ଧୂଆଁ ସୃଷ୍ଟିକାରୀ ବୋମା ଫିଙ୍ଗିଥିଲା। ଏହାପରେ ଆଖିବୁଜି ଜଣକ ପରେ ଜଣକୁ ଛୁରାମାଡ଼ କରିଚାଲିଥିଲା। ଯାହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀ ଜଣକ ଏପରି କାଣ୍ଡ ଘଟାଇବା ପରେ ନିଜେ ଏକ କୋଠାରୁ ଡେଇଁପଡ଼ିଥିଲା ଯାହାଫଳରେ ତାର ମଧ୍ୟ ମୃତ୍ୟୁ ଘଟିଛି।   ତେବେ ଖବରପାଇ ତାଇୱାନ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହି ଆକ୍ରମଣକୁ ନେଇ ତଦନ୍ତ ଚଳାଇଛି। ଏହି ଆକ୍ରମଣ ପଛରେ କିଛି ଆତଙ୍କବାଦୀ ସମ୍ପୃକ୍ତି ଅଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ। ତେବେ ନିକଟରେ ଅଷ୍ଟ୍ରେଲିଆର ଏକ ବେଳାଭୂମୀରେ ଦୁଇ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିଚାଳନାରେ ୧୫ ଜଣଙ୍କ ଜୀବନ ଯାଇଥିଲା। ତେଣୁ ବାରମ୍ବାର ଏପରି ଘଟଣା ଘଟିବ ପରେ ଉକ୍ତ ସ୍ଥାନରେ ଏକ ଭୟର ବାତ୍ତାବରଣ ଖେଳିଯାଇଛି।

Related Posts

About The Author

Add Comment