ତାଇୱାନର ଏକ ୧୩ ମହଲା କୋଠାରେ ଲାଗିଲା ନିଆଁ, ୪୬ ଜଣଙ୍କ ମୃତ୍ୟୁ

Spread the love
ତାଇୱାନ, (ସନ୍ଧାନ ନ୍ୟୁଜ)ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି ଏବଂ ୫୬ ଜଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । କିଛି ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ଏବେବି କିଛି ଲୋକ ଫସିଛନ୍ତି । ଦମକଳ ବାହିନୀ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି ।

ସୁଚନା ଅନୁସାରେ କାଉସୁଙ୍ଗେ ସହରର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ତାଇୱାନ ସମୟର ପାଖାପାଖି ୩ ଟା ହେବ ଏହି ବିଲ୍ଡିଂରେ ନିଆଁ ଲାଗି ଯିବା ନେଇ ଦମକଳ ବାହିନୀ ପାଖରେ ଖବର ପହଁଚିଥିଲା । ନିଆଁ ବେଗ ଏତେ ଭୟଙ୍କର ଥିଲା ଯେ ଦୃତ ଗତିରେ ପୁରା ବିଲ୍ଡିଂ ରେ ବ୍ୟାପିଯାଇଥିଲା ନିଆଁ ।

Related Posts

About The Author

Add Comment