ତହସିଲରେ ଅବ୍ୟବସ୍ଥା ନେଇ ଉପଜିଲାପାଳଙ୍କୁ ଅଭିଯୋଗ କଲେ ଚଣ୍ଡିଖୋଲ ଓକିଲ ସଂଘ

Spread the love

ଚଣ୍ଡିଖୋଲ,୧୭ ।୨(ସଂଚାର ମିଡିଆ): ବେଆଇନ ମୋରମ ଚାଲାଣ ଘଟଣାର ତଦନ୍ତ ପାଇଁ ଆଜି ଯାଜପୁର ଉପଜିଲାପାଳ ଜ୍ୟୋତିରଞ୍ଜନ ମହାପାତ୍ର ଦର୍ପଣ ତହସିଲରେ ପହଞ୍ଚିଥିଲେ । ଏବିଷୟରେ ତହସିଲଦାରଙ୍କ ସହିତ ଆଲୋଚନା କରିବା ସମୟରେ ଦର୍ପଣ ତହସିଲରେ କାମ କରୁଥିବା ଓକିଲ ସଂଘ ପକ୍ଷରୁ ଏଠାରେ ଘଟୁଥିବା ଅବ୍ୟବସ୍ଥାକୁ ନେଇ ଉପଜିଲାପାଳଙ୍କୁ ଦାବୀ କରିଥିଲେ । ବିଶେଷ କରି ଦର୍ପଣ ତହସିଲରେ ଆଜି ସୁଦ୍ଧା ହଜାର ହଜାର ଓଏଲଆର ମାମଲା ପଡିରହିଥିବା ବେଳେ ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା, ହରିଜନ ଓ ଆଦିବାସୀଙ୍କୁ ସଠିକ ସମୟରେ ପ୍ରମାଣପତ୍ର ପ୍ରଦାନରେ ଅସହଯୋଗ, ଜମି ଦାଖଲଖାରଜ ପରେ ପଟ୍ଟା ପ୍ରଦାନରେ ହିତାଧିକାରୀଙ୍କୁ ହଇରାଣ, କୌଣସି ବିଷୟରେ ସୂଚନା ଅଧିକାର ଆଇନରେ ଲୋକଙ୍କୁ ତଥ୍ୟଦେବାକୁ କର୍ତ୍ତୃପକ୍ଷ ସମୟ ଲାଗିବ କହିବା ସହିତ ଓକିଲମାନଙ୍କୁ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଅସହଯୋଗ କରୁଥିବା ସଂଘର ସଭାପତି ମୋହନ କୁମାର ମହନ୍ତଙ୍କ ସମେତ ଓକିଲ କର୍ମକତ୍ତାମାନେ ଅଭିଯୋଗ କରିଥିଲେ । ତେବେ ଏବିଷୟରେ ତହସିଲଦାରଙ୍କ ସହିତ ଆଲୋଚନା କରାଯାଇଛି ଏବଂ ଆଗାମି ଦିନରେ ଏଠାରେ ଓକିଲମାନଙ୍କୁ ସହଯୋଗ କରାଯିବ ବୋଲି ଉପଜିଲାପାଳ କହିଥିଲେ ।

Related Posts

About The Author

Add Comment