ବାଲେଶ୍ବର, 1/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଜଣେ ନାବାଳିକାଙ୍କୁ ଅପହରଣର ସପ୍ତାହ ପରେ ବି ଖନ୍ତପଡ଼ା ଥାନା ପୁଲିସ ଅପହର୍ତାର ଟେର୍ ପାଉନାହିଁ କି ନାବାଳିକାଙ୍କୁ ଉଦ୍ଧାର କରିପାରିନାହିଁ। ସେପଟେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ପୀଡ଼ିତାଙ୍କ ପରିବାର ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ନାବାଳିକାଙ୍କ ମା’ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୩ ତାରିଖ ସନ୍ଧ୍ୟାରେ ଝିଆ ମାର୍କେଟ୍ ଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ନାବାଳିକାଙ୍କ ସାଙ୍ଗସାଥୀଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ ଝିଅ ବିଷୟରେ କାହାଠୁ ସୂଚନା ମିଳିନଥିଲା। ଏ ନେଇ ନାବାଳିକାଙ୍କ ମା ଖନ୍ତପଡ଼ା ଥାନାରେ ଅଭିଯୋଗ କରିଥିଲେ । ଆପଣ ବ୍ୟସ୍ତ ହୁଅନ୍ତୁନି, ଝିଅକୁ ଆମେ ଖୋଜି ଆଣିଦେବୁ। ଅପହରଣକାରୀକୁ ଗିରଫ କରିବା ଆମର ଦାୟିତ୍ଵ ପୁଲିସଠାରୁ ଏଭଳି ପ୍ରତିଶ୍ରୁତି ପାଇବା ପରେ ପରିବାର ଲୋକ ଆପାତତଃ, ଆଶ୍ବସ୍ତ ହୋଇଥିଲେ। ୨ ଦିନ ପରେ ଝିଅ ନଫେରିବାରୁ ପୁଣି ୨୫ ତାରିଖରେ ପରିବାର ଲୋକ ଥାନାକୁ ଯାଇଥିଲେ। ହେଲେ ସେତେବେଳେ ପୁଲିସର କଥା ଶୁଣି ସମସ୍ତେ ପ୍ରବ୍ଧ ହୋଇ ଯାଇଥିଲେ। ଆମେ କଣ ଠିକା ନେଇଛୁ। ଆମର କିଛି କାମ ନାହିଁ ନା କ’ଣ ? ଖାଲି ତମ ଝିଅକୁ ଖୋଜିବୁ ତମ ଝିଅ ହଇଦ୍ରାବାଦରେ ଅଛି। ସେ ଫେରିଲେ ତମ ଜିମା ଦିଆଯିବା ପୁଲିସଠାରୁ ଏଭଳି କଥା ଶୁଣି ପୀଡ଼ିତାଙ୍କ ମା’ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଝିଅକୁ
ତମ ଝିଅକୁ ଖୋଜିବା ପାଇଁ ଆମେ କଣ ଠିକା ନେଇଛୁ
|
October 1, 2020 |