ତଥାପି ଚାଲିଛି ଭାରରେ ରୋଗୀ ବୁହା, ଚେତୁନି ସରକାର

Spread the love

କୋରାପୁଟ,୧୯/୭ (ସନ୍ଧାନ ନିୟୁଜ) : କୋରାପୁଟ ଜିଲାରେ ରୋଗୀକୁ ଭାରରେ ବୋହିବା ଦୃଶ୍ୟ ଦେଖିବାକୁ ମିଳିଛି | ଗାଁକୁ ରାସ୍ତା ନଥିବାରୁ ଜଣେ ସଦ୍ୟ ପ୍ରସବା ମହିଳା ହଠାତ ଅସୁସ୍ଥ ହେବାରୁ ସମ୍ପର୍କୀୟମାନେ ଭାରରେ ବୋହିବା ଦୃଶ୍ୟ ଦେଖିବାକୁ ମିଳିଛି |ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତର କୁତୁକୋ ଝୋଲା ଗାଁର ଜନୈକ ମହିଳାଙ୍କ ୨ମାସ ତଳେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଅପରେସନ ମାଧ୍ୟମରେ ଏକ ଛୁଆ ଜନ୍ମ ହୋଇଥିଲା | ମେଡ଼ିକାଲରେ କିଛି ଦିନ ରହିଲା ପରେ ସୁସ୍ଥ ହୋଇ ଛୁଆ ସହ ମହିଳା ନିଜ ଗାଁକୁ ଫେରିଥିଲେ । ତେବେ ମହିଳାଙ୍କ ପେଟ ବ୍ୟଥା ହେବ ସହ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ମେଡ଼ିକାଲ ଆଣିବାକୁ ଚେଷ୍ଟା କରିଥିଲେ | କିନ୍ତୁ ଲକ୍ଷ୍ମୀପୁର ସଦର ମହକୁମା ଡାକ୍ତରଖାନା ସହ ଗାଁକୁ ପକ୍କା ରାସ୍ତା ନ ଥିବା ହେତୁ ଗାଁର ୫ଜଣ ଲୋକ ୩ କିଲୋମିଟର ଭାରରେ ବୋହି ଆଣିବା ପରେ ନାଳଚୁଆ ଗାଁ ରାସ୍ତାରୁ ଏକ ଅଟୋରେ ଡାକ୍ତରଖାନା ନେଇଥିଲେ।ମହିଳା ଜଣକର ଏବେ ଡାକ୍ତରଖାନାରେ ଚିକିତ୍ସା ଜାରି ଥିବା ବେଳେ ଆବଶ୍ୟକ ପଡ଼ିଲେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର ହେବ ବୋଲି ଡାକ୍ତର ଅମିତ ମହାନ୍ତି ପ୍ରକାଶ କରିଛନ୍ତି । ସେପଟେ ଗାଁକୁ ପକ୍କା ରାସ୍ତା ନଥିବାରୁ ୪୦ଟି ପରିବାର ସବୁବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗୋବିନ୍ଦ ମିନିଆକା ଓ ସହଦେଵମିନିଆକା ପ୍ରକାଶ କରିଛନ୍ତି ।ବ୍ଲକ ସଦର ମହକୁମାଠାରୁ ୫ କିଲୋମିଟର ଦୂରରେ ଥିବା କୁତୁକା ଝୋଲା ରହୁଥିବା ଗ୍ରାମକୁ ପକ୍କା ରାସ୍ତା ନହେବା କାରଣ ବନ ବିଭାଗ ପକ୍ଷରୁ ଅନୁମତି ମିଳୁନଥିବା ଗ୍ରାମବାସୀ କହିଛନ୍ତି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment