ତଞ୍ଚକତା କରି ଜମି ହଡପ୍ ଅଭିଯୋଗ

Spread the love

ଉଦଳା, 04.12.2020 (ଲିଙ୍ଗରାଜ ପଣ୍ଡା): ଉଦଳା ଏନ୍‌ଏସି ଅଧୀନ ୬ ନମ୍ବର ୱାର୍ଡରେ ରୁହନ୍ତି ସଞ୍ଜିବନୀ ପଣ୍ଡା  ସେ ଜୟପୁର ପଞ୍ଚାୟତର ନୂଆଗାଁରେ ଏକ କଣିଥିଲେ। ଏହି ଜମିର ପଟ୍ଟା ପାଇ ଖଜଣା ମଧ୍ୟ ପୈଠ କରିଥିଲେ। ଜମିର ଖାତା ନମ୍ବର ୪୮ |୨୫ ଓ ପ୍ଲଟ୍ ନମ୍ବର ୬୭ ଶ୍ରୀମତୀ ପଣ୍ଡା ମଝିରେ ମଝିରେ ଯାଇ ଜାଗାର ଦେଖାରଖା କରି ଅସୁଥିଲେ ଶେଷଥର ଗତ ସେପ୍ଟେମ୍ବର ମାସରେ ଯାଇଥିଲେ ଓ ଜମିକୁ ବାଡ଼ ଘେରାଇବାକୁ କିଛି ଲୋକଙ୍କ ସହ କଥାବାର୍ତ୍ତା କରି ଆସିଥିଲେ। ହେଲେ ଏବେ ଦେଖିଲା ବେଳକୁ ଉକ୍ତ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ହାତେଇ ଅନ୍ୟ ଜଣେ ମହିଳା ସେଠାରେ ଘର ତିଆରି କଲେଣି। ଏହାର ପ୍ରତିବାଦରେ ଶ୍ରୀମତି ପଣ୍ଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗ୍ରାମ  ଉନ୍ନୟନ ଅଧିକାରୀ, ବିଡ଼ିଓ, ଉପଖଣ୍ଡ ପୁଲିସ  ଅଧିକାରୀ ଓ ଉଦଳା ଥାନା ଅଧିକାରୀଙ୍କୁ  ଅଭିଯୋଗ କରିଛନ୍ତି । ତଞ୍ଚକତା କରି ତାଙ୍କ ଜମି ହଡପ୍ କରାଯାଇଛି ଓ କିଛି ସରକାରୀ ବାବୁଙ୍କ ଜ୍ଞାତସାରରେ ତାଙ୍କ ଜମିରେ ବେଆଇନ ଭାବେ ଘର ତିଆରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ନହେଲେ ସେ ଧାରଣାରେ ବସିବେ ବୋଲି କହିଛନ୍ତି ।

 

 

Related Posts

About The Author

Add Comment