ରାଉରକେଲା, ୧୬/୧୧ (ସନ୍ଧାନ ନିଉଜ) : ଏକଥା ଆମେ କହୁନୁ, ସହରବାସୀ ମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଲାଣି । ଏହି ଆଲୋଚନା ହାଟ, ବଜାର ଅତିକ୍ରମ କରି ଏବେ ରାଜରାସ୍ତାରେ । ତଥାପି କିଛି ସାମ୍ବାଦିକଙ୍କ ସଦବୁଦ୍ଧି ଉଦୟ ହେଉନି! ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଜଣେ ଯୁବ ସାମ୍ବାଦିକ ଯେମିତି ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହି ସାମ୍ବାଦିକ ଜଣଙ୍କ ଏକ ପ୍ରତିଷ୍ଠିତ ଓଡ଼ିଆ ଖବର କାଗଜର ନ୍ୟୁଜ କନ୍ଟ୍ରିବ୍ୟୁଟର, ମାନେ… ପାଠକ ବୁଝି ପାରୁଥିବେ । ଏହି ସାମ୍ବାଦିକଙ୍କୁ ଲାଗିଛି ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ହେବାର ନିଶା! ସ୍କୁଲ ହେଉକି କଲେଜ, ଫୁଟବଲ ଖେଳ ହେଉ କି, ଲୁଡୁ ପ୍ରତିଯୋଗିତା, ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ଠାରୁ ଆରମ୍ଭ କରି ତିରୋଧାନ ଉତ୍ସବରେ ଏହି ସାମ୍ବାଦିକଙ୍କୁ କେତେବେଳେ ମୁଖ୍ୟ ତ କେତେବେଳେ ସମ୍ମାନିତ ଅତିଥି ଭାବେ ଦେଖିବାକୁ ମିଳେ ବୋଲି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବିଶେଷ କରି ସାରନଗରୀ ବାସିନ୍ଦା ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ନିଜେ କାର୍ଯ୍ୟ କରୁଥିବା ଖବରକାଗଜରେ ନିଜର ନାମ ଓ ଫଟୋ ଛାପି ନିଜର ଢୋଲ ବଜାଇବାରେ ଲାଗିଛନ୍ତି ଶ୍ରୀଯୁକ୍ତ ସାମ୍ବାଦିକ ମହୋଦୟ ଜଣଙ୍କ । ସେ କାର୍ଯ୍ୟକ୍ରମରେ ଅତିଥି ହେବାକୁ କେହି ମନା କରୁନାହାନ୍ତି, ମାତ୍ର ସେ ଥିବା ଖବରକାଗଜରେ ସଂପୃକ୍ତ ଅନୁଷ୍ଠାନ ପରେ ଖବର ପ୍ରକାଶ କରିବା ପରେ, ସାରନଗରୀର ଅନ୍ୟ ସାମ୍ବାଦିକ ମାନେ ଯେପରି ଅଲୋଡ଼ା ହୋଇ ରହିଯିବା ପରି ମନେ ହେଉଛି । ଏହାହିଁ ‘ସନ୍ଧାନ ନ୍ୟୁଜ’ର ଏକ ଅନୁସନ୍ଧାନ ମୂଳକ ରିପୋର୍ଟ । ସାମ୍ବାଦିକଙ୍କ ଏହି ଅତିଥି ନିଶା ଅନ୍ୟ ସାମ୍ବାଦିକ ମାନଙ୍କ ୁପରେ ସୁପ୍ରଭାବ ନା’ କୁପ୍ରଭାବ ପକାଉଛି ତା’ର ହିସାବନିକାଶ କରିବ ସମୟ!
report by – Subodh Nayak