ଜିଲ୍ଲାପାଳ ୩ଟି ବିଭାଗକୁ ରିପୋର୍ଟ ତଲବ କରିବା ପାଇଁ କହିଥିବା ବେଳେ ନିର୍ମାଣାଧୀନ କମ୍ପାନୀ ‘ରାହି ଇନ୍ଫ୍ରାଟେକ୍’ର ଜଣେ ଠିକାଦାରକୁ କଣ୍ଟାବଣିଆ ଥାନା ପୁଲିସ ଅଟକ ଅଛି। ହାତୀ ମୃତ୍ୟୁ ଘଟଣାରେ ସେସୁର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ ଏବଂ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ ବହିଷ୍କୃତ ହୋଇଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କୁ ବିଦ୍ୟୁତ୍ ଝଟ୍କା ଆଜିର ଘଟଣା ନୁହେଁ, ଆଜକୁ ଦୁଇ ବର୍ଷ ତଳେ ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଜଙ୍ଗଲରେ ଏଲ୍ଟି ବିଦ୍ୟୁତ୍ ତାର ସ˚ସ୍ପର୍ଶରେ ଆସି ଦୁଇଟି ମାଈ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ହିନ୍ଦୋଳ, ରାସୋଳ ଅଞ୍ଚଳରେ ମଧୢ ତୁହାକୁ ତୁହା ଗଜରାଜ ବିଦ୍ୟୁତ୍ ଝଟ୍କା ଖାଇ ମୃତ୍ୟୁବରଣ କରିଛନ୍ତି। କମଳାଙ୍ଗ ଗାଁ ନିକଟରେ ରାହି ଇନ୍ଫ୍ରାଟେକ୍ କମ୍ପାନି ରେଲେଵର ଏକ ଓଭରବ୍ରିଜ୍ କାମ କରୁଛି। ଆଜକୁ ପ୍ରାୟ ୩ବର୍ଷ ତଳେ ବ୍ରିଜ୍ କାମ ପାଇଁ ସେସୁ ସେଠାକୁ ୧୧କେଭି ବିଦ୍ୟୁତ୍ ସ˚ଯୋଗ ଦେଇଛି। ଭୂଇଁଠାରୁ ମାତ୍ର ୩/୪ମିଟର ଉଚ୍ଚତାରେ ଏ ବିପଦପୂର୍ଣ୍ଣ ତା’ର ସବୁ ତଳକୁ ଝୁଲି ଥିବା ବେଳେ ଏହାର ମରାମତି କରାଯାଉ ନ ଥିଲା। ହାତୀପଲ ସେହି ବାଟ ଦେଇ ଧାନ ଖାଇବାକୁ ଯାଉଥିବା ବେଳେ ବିଦ୍ୟୁତ୍ ଝଟ୍କା ଖାଇଥିଲେ। ମୋଟ୍ ୨୦ଟି ହାତୀ ମଧୢରୁ ୭ଟିର ଶୋଚନୀୟ ମୃତ୍ୟୁ ହୋଇଛି। ଅବଶିଷ୍ଟ ୧୩ଟି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି।