ଭୁବନେଶ୍ବର, ୧୬/୧୧ (ସନ୍ଧାନ ନିଉଜ) : ରାଜଧାନୀ ଭୁବନେଶ୍ଵରକୁ ପରିସ୍କାର ପରିଛନ୍ନ ରଖିବା ନିମନ୍ତେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ରବିବାର ଏକ ନୂଆ କଟକଣା ଲାଗୁ କରିଛି। ଏଣିକି ରାଜଧାନୀର ଡ୍ରେନଗୁଡିକରେ ବେଆଇନ ଭାବେ ଆର୍ବଜନା ପକାଉଥିବା ଲୋକମାନଙ୍କୁ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଜଗିବ ବୋଲି ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ବିଏମସିର ଏହି ସ୍କ୍ଵାର୍ଡ ଦୂରରେ ରହି ଲୋକମାନଙ୍କର ଗତିବିଧି ଉପରେ ଲକ୍ଷ୍ୟ ରଖିବ। ଆବଶ୍ୟକ ପଡ଼ିଲେ ଡ୍ରେନରେ ଅଳିଆ ଆବର୍ଜନା ପକାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।
ସେହିଭଳି ଗତକାଲି ରାଜଧାନୀ ଭୁବନେଶ୍ବରରେ ବାହାରେ ମଳମୂତ୍ର କଲେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ଜୋରିମାନା ଆଦାୟ କରିବାକୁ ଘୋଷଣା କରାଯାଇଥିଲା।
ଡ୍ରେନ ଜଗିବ ବିଏମସି ସ୍କ୍ଵାର୍ଡ଼
|
November 17, 2019 |
