ରାଉରକେଲା, ୦୮/୧୨/୨୦ (ସନ୍ଧାନ ନିଉଜ) : ଲାଠିକଟା ବ୍ଲକ ଅନ୍ତର୍ଗତ ଡେଲାକୁଦର ଅଂଚଳରେ ଏକ ଦନ୍ତା ହାତୀ ତା’ର ଉପଦ୍ରବ ଜାରି ରଖଛି । ସୋମବାର ରାତିରେ ଏକ ଦନ୍ତା ହାତୀ ଜନବସତି ଆଡକୁ ମୁହାଁଇ ଡେଲାକୁଦର କଲୋନୀ ନିକଟ କିଆରିରେ ପଶି ଧାନ ଫସଲ ନଷ୍ଟ କରିବା ସହ ମହୁଲ ଖାଇ ଦେଇଛି । ଏହି ଅଂଚଳର ଚାଷୀ ରମାକାନ୍ତ ଓରାମ ଓ ଏନୁଆ ଓରାମଙ୍କ ପରିବା ଚାଷ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଏହି ଦନ୍ତା ହାତୀର ଉତ୍ପାତରେ ଡେଲାକୁଦରବାସୀ ଏକ ଅତିଷ୍ଠ ହୋଇ ପଡ଼ିଲେଣି । ହାତୀଟି ସେହି ଅଂଚଳରେ ବିଚରଣ କରିବା ସହ ଅନ୍ୟ କିଛି ଚାଷୀଙ୍କ ପନିପରିବା ନଷ୍ଟ କରିଥିବା ସୂଚନା ହସ୍ତଗତ ହୋଇଛି । ଏହି ଘଟଣାର ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ବେକାକୁ ହାତୀକୁ କାବୁ କରିବାକୁ ପ୍ରୟାସ ଚଳାଇଛନ୍ତି ।
ଡେଲାକୁଦ ଗ୍ରାମାଚଂଳରେ ହାତୀ ଉପଦ୍ରବ
|
December 8, 2020 |
