ଡି-ଟ୍ରାକ ଭାଇରସ ଦ୍ବାରା କମ୍ପ୍ୟୁଟର ହ୍ୟାକ୍‌ ହୋଇଥିଲା ଭାରତୀୟ ନିଉକ୍ଲିୟର ପାଓ୍ଵାର ପ୍ଲାଣ୍ଟର

Spread the love

ନୂଆଦିଲ୍ଲୀ, ୩୦/୧୦ (ସନ୍ଧାନ ନିଉଜ) : ଭାଇରସ୍‌ ଆକ୍ରମଣ ହୋଇଥିବା ସ୍ୱୀକାର କରିଛି ନିଉକ୍ଲିଆର୍‌ ପାଓ୍ଵାର କର୍ପୋରେସନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇଏଲ୍‌)। ଉତ୍ତର କୋରିଆର ଏକ ହ୍ୟାକର୍ସ ଗ୍ରୁପ୍‌ ଲାଜାରସ୍‌ ଭାରତର ବଡ଼ ନିଉକ୍ଲିଆର୍‌ ପାଓ୍ଵାର ପ୍ଲାଣ୍ଟରେ ଥିବା ଏକ କମ୍ପ୍ୟୁଟର ଉପରେ ଭାଇରସ୍‌ ଆକ୍ରମଣ କରିଥିବା ନେଇ କହିଛି ଏନ୍‌ପିସିଆଇଏଲ୍‌ । ସଂସ୍ଥା ପକ୍ଷରୁ ଜାରି ବୟାନରେ ତାମିଲନାଡୁରେ ଅବସ୍ଥିତ କୁଡାନକୁଲମ ନିଉକ୍ଲିଆର୍‌ ପାଓ୍ଵାର ପ୍ଲାଣ୍ଟର ନାଁ ନ ନେଇ ଥିଲେ ମଧ୍ୟ  ଭାଇରସ୍‌ର ଶିକାର ହୋଇଥିବା କମ୍ପ୍ୟୁଟରରେ କେବଳ ପ୍ରଶାସନିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଥିଲା ବୋଲି ସୂଚନା ଦିଆଯାଇଛି । ଭାଇରସ୍‌ ଆକ୍ରମଣର ଶିକାର ହୋଇଥିବା କମ୍ପ୍ୟୁଟରଟି ପାଓ୍ଵାର ପ୍ଲାଣ୍ଟର ମୁଖ୍ୟ ନିୟନ୍ତ୍ରଣ ପ୍ରଣାଳୀ ସହ ଜଡ଼ିତ ନଥିଲା ବୋଲି ଏନ୍‌ପିସିଆଇଏଲ୍‌ ସ୍ପଷ୍ଟ କରିଛି ।

ସାଇବର ଥ୍ରେଟ୍‌ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ପୁଖ୍‌ରାଜ୍‌ ସିଂହ ଟୁଇଟ୍‌ କରି ଦାବି କରିଛନ୍ତି କି, କୁଡାନକୁଲମ ପ୍ଲାଣ୍ଟ ଉପରେ ଏବେ ହ୍ୟାକର୍ସମାନେ ଆକ୍ରମଣ କରିଛନ୍ତି । ଏ ନେଇ ମୋତେ  ସୂଚନା ମିଳିବା ପରେ ମୁଁ ସରକାରଙ୍କୁ ସେପ୍ଟେମ୍ବର ୪ରୁ ଜଣାଇ ସାରିଥିଲି । ଏହି ଭାଇରସ୍‌ର ନାମ  ଡି-ଟ୍ରାକ୍‌ ବୋଲି କୁହାଯାଉଥିବା ବେଳେ ଏହାକୁ ଭାରତର ଅର୍ଥ ଓ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହାର ପ୍ରଥମ ସଂସ୍କରଣ ଥିଲା ଏଟିଏମ୍‌ ଡିଟ୍ରାକ୍‌, ଯାହାକୁ ଭାରତୀୟଙ୍କ ଏଟିଏମ୍‌ ହ୍ୟାକ୍‌ କରିବା ନେଇ ବ୍ୟବହାର କରାଯାଉଥିଲା । ପରେ ପରେ ଏହାକୁ ସାଉଥ୍‌ କୋରିଆ ବ୍ୟାକିଂ ସିଷ୍ଟମକୁ ହ୍ୟାକ କରିବା ପାଇଁ ବ୍ୟବହାର କରାଗଲା । ଏବେ କୁଡନକୁଲମରେ ଯେଉଁ କମ୍ପ୍ୟୁଟରଟି ଭାଇରାସ୍‌ ଦ୍ୱାରା ପ୍ରଭାବିତ ହୋଇଛି, ତାହା ଡି-ଟ୍ରାକ୍‌ ଭାଇରାସ୍‌ ବୋଲି ଗବେଷକମାନେ କହିଛନ୍ତି ।

Related Posts

About The Author

Add Comment