ଚଣ୍ଡିଖୋଲ,୨୪/୨/୨୦ (ସନ୍ଧାନ ନିଉଜ) : ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଠାରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଓ ମହାଶିବରାତୀ୍ର ଉପଲକ୍ଷେ ଡିଭାଇନ ଆମ୍ବୁଲାନ୍ସ ଡିଭିଜନ କଣ୍ଟିଗଡ଼ିଆ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଆଶୁ ଚିକିତ୍ସା ଓ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଡିଭିଜନର ଡିଭିଜିଓନାଲ କମାଣ୍ଡର ମନୋରଂଜନ କରଙ୍କ ନେତୃତ୍ୱରେ ଡିଭିଜନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଶିବଭକ୍ତ ମାନଙ୍କୁ ଦହି ସର୍ବତ, ଓ ଆଶୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ତିନିଦିନ ଧରି ଚାଲିଥିବା ଏହି ଯଜ୍ଞରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପଞ୍ଚଦେବଙ୍କ ଦର୍ଶନ କରିବା ସହିତ ଆର୍ଶୀବାଦ ଭିକ୍ଷା କରିଥିଲେ । ଆଜି ଯଜ୍ଞର ପୂର୍ଣ୍ଣାହୁତି ହେବା ସହିତ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ଯଜ୍ଞର ସମାପ୍ତି ହୋଇଛି । ଏଥି ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦୀୟମାନ ସଂପାଦକ ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଶିବଭକ୍ତ ମାନଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା ।
ଡିଭାଇନ ଆମ୍ବଲାନ୍ସ ଡିଭିଜନ ପକ୍ଷରୁ ଆସୁ ଚିକିତ୍ସା ଓ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ
|
February 24, 2020 |