ଡିଜେଲ ୮୧ ଟପିଲା

Spread the love

ଭୁବନେଶ୍ବର16/10(ସନ୍ଧାନ ନିୟୁଜ) : ଡିଜେଲ ଦର ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି। ମଙ୍ଗଳବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୧ ଟଙ୍କା ଟପିବା ସହିତ ୮୧ ଟଙ୍କା ୨୩ ପଇସାରେ ପହଞ୍ଚି ଯାଇଛି। ସୋମବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ୯୮ ପଇସାରେ ପହଞ୍ଚି ଥିବାବେଳେ ମଙ୍ଗଳବାର ଏଥିରେ ୨୫ ପଇସା ବୃଦ୍ଧି ଘଟିଛି। ପୂର୍ବରୁ ଗତ ମାସ ୨୯ ତାରିଖରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ଟପିଥିବା ବେଳେ ଚଳିତମାସ ୪ ତାରିଖରେ ରେକର୍ଡ ୮୦ ଟଙ୍କା ୯୭ ପଇସା ଛୁଇଁଥିଲା। କିନ୍ତୁ ସରକାର ତେଲ ଦର ଉପରୁ ଅଢ଼େଇ ଟଙ୍କା ହ୍ରାସ ଘୋଷଣା କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଥିଲା। ତେବେ ଏହାପରଠାରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡିଜେଲ ଦର ୨ ଟଙ୍କା ୭୧ ପଇସା ଓ ପେଟ୍ରୋଲ ଦର ୧ ଟଙ୍କା ୩୨ ପଇସା ବୃଦ୍ଧି ଘଟିଛି। ମଙ୍ଗଳବାର ଭୁବନେଶ୍ବରରେ ପେଟ୍ରୋଲ ଦର ୧ ଟଙ୍କା ୩୨ ପଇସା ବୃଦ୍ଧି ଘଟିଛି। ପେଟ୍ରୋଲ ତୁଳନାରେ ଡିଜେଲ ଦରରେ ବୃଦ୍ଧି ଘଟୁଛି। ଫଳରେ ଏବେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ମାତ୍ର ୪୨ ପଇସାର ପାର୍ଥକ୍ୟ ରହିଛି। ଦର ବୃଦ୍ଧି ହାର ଯାହା ରହିଛି ଖୁବଶୀଘ୍ର ପେଟ୍ରୋଲକୁ ଡିଜେଲ ଦର ଟପିଯିବା ଆଶଙ୍କା ମଧ୍ୟ ରହିଛି।

Related Posts

About The Author

Add Comment