ବାଲେଶ୍ଵର ୨୭/୮/୨୦((ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଡିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ବାଲେଶ୍ବର ଜିଲ୍ଲାକୁ ୨ ଜଣ ନୂଆ ଡିଏସ୍ପି ଆସିଥିବା ବେଳେ ଜଣେ ଜିଲ୍ଲା ବାହାରକୁ ବଦଳି ହୋଇଛନ୍ତି । ଦୀର୍ଘ ଦିନ ଧରି ଜିଲ୍ଲାରେ କାମ କରିଥିବା ତଥା ବାଲେଶ୍ବର ଭଦ୍ରକ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାରଠାରୁ ଆରମ୍ଭ କରି ଅପରାଧକୁ ନିୟନ୍ତ୍ରଣ କରିବାରେ ଦକ୍ଷତା ଅର୍ଜନ କରିଥିବା ସିଟି ଡିଏସ୍ପି ମନୋଜ ରାଉତଙ୍କୁ ବଡ଼ ଦାୟିତ୍ବ ମିଳିଛି। ତାଙ୍କୁ ଭୁବନେଶ୍ବର କ୍ରାଇମ୍ବ୍ରାଞ୍ଚକୁ ବଦଳି କରାଯାଇଛି। ସେ ଏଟିଏଫ୍ ଡେପୁଟି ଏସ୍ପି ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଖୋର୍ଦ୍ଧା ଆଇୟୁସିଏଡବ୍ଲ୍ୟୁର ଇନ୍ଚାର୍ଜ ଡେପୁଟି ଏସ୍ପି ଭାବେ କାର୍ଯ୍ୟରତ ଥିବା ଦକ୍ଷ ଅଫିସର ଅନୁପ୍ କାନୁନଗୋଙ୍କୁ ବାଲେଶ୍ବର ପିସିଆର୍ ସେଲ୍ ଇନ୍ଚାର୍ଜ ଡେପୁଟି ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଅନୁପ ଭୁବନେଶ୍ବରର ବିଭିନ୍ନ ଥାନା, ସ୍ପେଶାଲ୍ ସ୍କାର୍ଡ଼, ଟ୍ରାଫିକ୍ ଏସିପି, କଟକ ଆଦି ଜିଲ୍ଲାରେ କାମ କରିଛନ୍ତି। ସେହିପରି ଡିଏସ୍ପି (ସିଆଇଡି-ସିବି) ରିତେଶ କୁମାର ମହାପାତ୍ରଙ୍କୁ ନୀଳଗିରି ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ନୀଳଗିରି ଏସ୍ଡିପିଓ ଅମୂଲ୍ୟ ଧରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଡିଏସ୍ପି ସ୍ତରରେ ଅଦଳବଦଳ ; ଜିଲ୍ଲାରୁ ଗଲେ ମନୋଜ, ଆସିବେ ଅନୁପ ଓ ରିତେଶ
|
August 27, 2020 |



