ଡିଏମ୍‌କେ କୋଷାଧ୍ୟକ୍ଷଙ୍କ ଘରୁ ଆୟକର ବିଭାଗ ଅଧିକାରୀମାନେ ଜବତ କଲେ ୨୦ କୋଟି

Spread the love

ଚେନ୍ନାଇ/ ନୂଆଦିଲ୍ଲୀ, ୨/୪ (ସନ୍ଧାନ ନିୟୁଜ) : ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୧ ତାରିଖରେ ହେବାକୁ ଥିବାବେଳେ ଆୟକର ବିଭାଗ ଅଧିକାରମାନେ ଡିଏମ୍‌କେର କୋଷଧ୍ୟକ୍ଷ ଦୁରାଇ ମୁରୁଗାନ୍‌ଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନଗଦ ୨୦ କୋଟି ଟଙ୍କା ଜବତ କରିବା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। କାରଣ, ଏହି ୨୦ କୋଟିରୁ ୫ କୋଟି ଟଙ୍କା ଖାସ୍‌ ଭୋଟରମାନଙ୍କୁ ବଣ୍ଟାଯିବା ଉଦ୍ଦେଶ୍ୟରେ ଯେପରି ବ୍ୟବସ୍ଥିତ ଢ଼ଙ୍ଗରେ ପ୍ୟାକିଂ ହୋଇ ରଖା ଯାଇଥିଲା, ତାହାକୁ ଦେଖିବା ପରେ ଖୋଦ୍‌ ଆୟକର ବିଭାଗ ଅଧିକାରମାନେ ମଧ୍ୟ ତଟସ୍ଥ ହୋଇ ଯାଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆୟକର ବିଭାଗ ଅଧିକାରୀମାନେ ଗତ ସୋମବାର ରାତିରେ ଡିଏମ୍‌କେର କୋଷଧ୍ୟକ୍ଷ ଦୁରାଇ ମୁରୁଗାନ୍‌ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ କାଳରେ ଆୟକର ବିଭାଗ ଅଧିକାରୀମାନେ ନଗଦ ୨୦ କୋଟି ଜବତ କରିଥିଲେ। ଦୁରାଇ ମୁରୁଗାନ୍‌ ଦଳର କୋଷାଧ୍ୟକ୍ଷ ରହିବା ସହ ଡିଏମ୍‌କେ ସରକାରରେ ପୂର୍ତ୍ତ ନିର୍ମାଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ କାଧୀର ଆନନ୍ଦ ଚଳିତ ଲୋକସଭା ନିର୍ବାଚନରେ ଡିଏମ୍‌କେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ତେବେ, ଚଢ଼ାଉ କାଳରେ ଆୟକର ବିଭାଗ ଅଧିକାରୀମାନେ ୫ କୋଟି ଟଙ୍କା ମୂଲ୍ୟର ନୂଆ ୨୦୦ ଟଙ୍କିଆ ନୋଟସବୁ ଏକାଧିକ ପ୍ଲାଷ୍ଟିକ୍‌ ଖାମ୍‌ ଭିତରେ ପଶି ଉପରେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଓ୍ଵାର୍ଡ ନମ୍ବର ଲେଖାଯାଇ ସେଥିରେ ଭୋଟର ତାଲିକାକୁ ଗୁନ୍ଥା ଯାଇ କାଗଜ କାର୍ଟୁନ୍‌ ମଧ୍ୟରେ ପ୍ୟାକ୍‌ କରାଯାଇ ରଖାଯାଇଥିଲା ତାକୁ ଦେଖି ତଟସ୍ଥ ହୋଇ ଯାଇଛନ୍ତି।

Related Posts

About The Author

Add Comment