ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ

Spread the love

ବାଗପତ, ୧୨/୧୧ (ସନ୍ଧାନ ନିଉଜ) : ଉତ୍ତରପ୍ରଦେଶର ବାଗପତରେ ଡାକ୍ତରଙ୍କ ଅବହେଳାରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନିଶା ବେଗମ ନାମ୍ନୀ ମହିଳାଙ୍କ ପେଟରୁ ତଉଲିଆ ଓ ବ୍ୟାଣ୍ଡେଜ୍‌ ବାହାରିବା ପରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ନିଶାଙ୍କ ପେଟରେ ଷ୍ଟୋନ୍‌ ହୋଇଥିବାରୁ ସେଠାକାର ଏକ ସରକାରୀ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ମାତ୍ର ଅସ୍ତ୍ରୋପଚାର କରି ଡାକ୍ତର ତାଙ୍କ ପେଟରେ ତଉଲିଆ ଓ ବ୍ୟାଣ୍ଡେଜ୍‍ ଛାଡ଼ି ସିଲେଇ କରି ଦେଇଥିଲେ। ଏହାର କିଛିଦିନ ପରେ ଧିରେ ଧିରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ବାରୁ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ୧୫ ଦିନ ଧରି ଅନେକ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ତଉଲିଆ ଓ ବ୍ୟାଣ୍ଡେଜ୍‍ ରହିଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଏହାପରେ ଅସ୍ତ୍ରୋପଚାର କରି ଡାକ୍ତର ତାଙ୍କ ପେଟରୁ ସେସବୁକୁ ବାହାର କରିଥିଲେ। ହେଲେ ଗୁରୁତର ଅବସ୍ଥାରେ ଥିବା ନିଶାଙ୍କର ଆଜି ମୃତ୍ୟୁ ଘଟିଛି। ଡାକ୍ତରଙ୍କ ଅବହେଳାରୁ ନିଶାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related Posts

About The Author

Add Comment