ଯାଜପୁର, ୧୬/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ଚଣା ବ୍ଲକର ଉପାଦକ୍ଷଙ୍କ ସ୍ୱାମୀ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ଆଉ ଏକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବାରୁ ବଡ଼ଚଣା ବ୍ଲକ ଉପାଦକ୍ଷ ଉପାସନା ପାତ୍ରଙ୍କ ସ୍ୱାମୀ ଜଶଦ୍ୱିପ୍ତ ସାମଲଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଜଗତସିଂପୁରରୁ ଉଠାଇ ଆଣିଥିବା ଜଣାଯାଇଚି । ଶ୍ରୀ ସାମଲ ୨ଟି କେସରେ ସମ୍ପୃକ୍ତ ଥିବା ବେଳେ, ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ଯାଜପୁର ଜିଲ୍ଲା ଏସ୍ପି ରାହୁଲ ପିଆରଙ୍କ ନିଦେ୍ର୍ଦଷରେ ବାଲିଚନ୍ଦ୍ରପୁର ଥାନା ଆଇଆଇସି ବିଜୟିନୀ ମଲ୍ଲ ଆସାମୀକୁ ଜଗତସିଂପୁର ଥାନା ଅନ୍ତର୍ଗତ ସିଧାଳରେ ଲୁଚି ରହିଥିବା କୌଣସି ସୁତ୍ରରୁ ଖବର ପାଇ ଜଶଦ୍ୱିପ୍ତକୁ ଗିରଫ କରିବା ସହିତ ଶ୍ରୀ ସାମଲଙ୍କ ସହଯୋଗି ଆଧାର ଜେନାଙ୍କୁ ଗିରଫ କରିଥିବା ଜଣାଯାଇଚି । ଏହି ୨ଜଣକୁ ଗିରଫ କରାଯାଇ ବାଲିଚନ୍ଦ୍ରପୁର ଥାନାରେ ପଚରା ଉଚରା କରାଯାଉଥିବା ଜଣାପଡ଼ିଚି । ଏକ ମୃତ୍ତି ଚୋରୀ ଘଟଣାରେ ଶ୍ରୀ ସାମଲଙ୍କ ହାତ ଥିବା ଏହି ମୃର୍ତ୍ତି ଚୋରୀ ତଦନ୍ତ ଚାଲିଥିବା ବେଳେ, ଥାନା ଅଧିକାରିଣୀ ବିଜୟନୀ ମଲ୍ଲ ସୂଚନା ଦେଇଛନ୍ତି । ଆଜି ଜିଲ୍ଲା ପ୍ରତିନିଧିଙ୍କୁ ଥାନା ଅଧିକାରିଣୀ ସେମାନଙ୍କୁ କୋର୍ଟ ଚାଲାଣ ଆଜି କରାଯାଇଚି ବୋଲି ଶ୍ରୀମତୀ ସୂଚନା ଦେଇଥିଲେ ।
ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଉପାଦକ୍ଷଙ୍କ ସ୍ୱାମୀ ଗିରଫ
|
September 16, 2021 |