ବେତନଟୀ,୨୫/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ବେତନଟୀ ଡାକ୍ତରଖାନା ପରିସରକୁ କେତେକ ବ୍ୟକ୍ତି ଓ ଦଖଲକରି ଘରକରିବା ସହିତ ବାଡ଼ିଘେରି ରଖୁଥିବା ଅଭିଯୋଗ ହୋଇଆସୁଥିଲା । ଏ ସମ୍ପର୍କରେ ଡାକ୍ତରଖାନା ପକ୍ଷରୁ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବ୍ୟତୀତ ରୋଗୀକଲ୍ୟାଣ ସମିତିର କେତେକ ସଦସ୍ୟ ଦଖଲକାରୀଙ୍କୁ ଡାକ୍ତରଖାନା ଜମିରୁ ଉଠାଇବା ନିମନ୍ତେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ବେତନଟୀ ତହସିଲଦାର ସଂଗ୍ରାମ କେଶରୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ରାଜସ୍ୱ ନିରୀକ୍ଷକ ସୋମବାର ରୋଗିକଲ୍ୟାଣ ସମିତିର ସଦସ୍ୟଙ୍କ ସମେତ ମେଡିକାଲ ଅଫିସରଙ୍କ ଉପସ୍ଥିତିରେ ମାପ ହୋଇଥିଲା । ବିଶେଷଭାବେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଗନାରେ ଘର ନିର୍ମାଣ କରୁଥିବାରୁ ବେତନଟୀ ଲୋକଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ସୋମବାର ଏହି ମାପ ପରେ ସରକାରୀ ଡାକ୍ତରଖାନା ଅଧୀନରେ ଥିବା ଜାଗାକୁ କେତେକ ବ୍ୟକ୍ତି ଦଖଲ କରିଥିବା ଜଣାପଡ଼ିଥିଲା । ଡାକ୍ତରଖାନା ଜାଗା ଉପରେ କେତେକ ବ୍ୟକ୍ତି ଘର କରିବା ସହିତ ନିଜ ଅକ୍ତିଆରରେ ରଖୁଥିବା ମାପ ପରେ ଜଣାଯାଇଛି । ଡାକ୍ତରଖାନାଟି ନିକଟ ଭବିଷ୍ୟତରେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ହେବାକୁ ଥିବାବେଳେ ଏଭଳି ବେନିୟମ ଦଖଲକୁ ରୋଗୀକଲ୍ୟାଣ ସମିତି ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡିଛି । ମାପ ପରେ ଡାକ୍ତରଖାନା ଜାଗା ଉପରେ ହେଉଥିବା ଦଖଲକାରୀଙ୍କ ନିର୍ମାଣକାର୍ଯ୍ୟ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।
ଡାକ୍ତରଖାନା ପରିସରକୁ ଦଖଲ କରିଥିବା ଅଭିଯୋଗରେ ତହସିଲଦାରଙ୍କ ଦ୍ବାରା ଜାଗା ଚିହ୍ନଟ
|
December 25, 2020 |


