ସୁନ୍ଦରଗଡ ତା:୧୦/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ହିମଗିର ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ରି ସମୟରେ ଔଷଧ ବଣ୍ଟା ଗୃହରେ ବିଦ୍ୟୁତ ସଟସର୍କିତ ଯୋଗୁଁ ନିଆ ଲାଗିଯାଇଥିଲା ।ଫଳରେ ଗୃହ ମଧ୍ୟରେ ଥିବା ମୂଲ୍ୟବାନ ଜିନିଷ ତଥା ଔଷଧ ସବୁ ପୋଡି ନଷ୍ଟ ହୋଇଯାଇଛି । ଘଟଣାଟି ରାତ୍ର ୨ଟା ସମୟରେ ହୋଇଥିଲା ଓ ଖବର ପାଇ କର୍ମଚାରୀ ମାନେ ଅଗ୍ନିସମ ବିଭାଗକୁ ଅବଗତ କରିଥିଲେ ।
ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ କରିଥିଲେ । ଗୃହରେ ବିଦ୍ୟୁତ ତାରର ଉଛିତ ସଂଗ୍ରକ୍ଷଣ ଅନେକ ଦିନରୁ ନ ହେବା କାରଣରୁ ଏହି ଘଟଣା ଘଟିଥିବାର କେତେକ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଗୃହ ତାର ମରାମତିରେ ତ୍ରୁଟିର ସମ୍ଭାବନା କରାଯାଉ ଥିବା ବେଳେ ଏହି ଦୁର୍ଘଟଣା ହୋଇଥିବାର କାର୍ଯ୍ୟକାରୀ ଅଧିକାରୀ ଶକ୍ତିପ୍ରସାଦ ନାଥ ପ୍ରକାଶ କରିଛନ୍ତି । ମରାମତି କରିଥିବା ବ୍ୟକ୍ତିଙ୍କୁ ଡ଼କା ହୋଇ ତଦନ୍ତ କରାଯିବାର ସୂଚନା ମିଳିଛି ।
ଡାକ୍ତରଖାନାରେ ଲାଗିଲା ନିଆଁ,ମୂଲ୍ୟବାନ ଜିନିଷ ସମେତ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ
|
September 11, 2021 |