ଭଦ୍ରକ, ୨୮/୧୦ (ସନ୍ଧାନ ନିୟୁଜ) ସହରରେ ପୁଣି ଦିନ ଦ୍ବିପହରରେ ଘଟିଛି ଲୁଟ ଘଟଣା l ପୂଜା ବଜାରରେ ମାତିଲେ ଲୁଟେରା। ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୪୦ହଜାର ଟଙ୍କା। ଭଦ୍ରକରେ ଏବେ କାଳୀପୂଜାର ମାହୋଲ ଚାଲିଥିବା ବେଳେ ଲୁଟେରା ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଭଦ୍ରକ ବନ୍ତ ଛକ ସ୍ଥିତ ଫିସରି ମାର୍କେଟ ଠାରୁ ମଧ୍ୟାହ୍ନ ପ୍ରାୟ12ଟା ସମୟରେ ଘଟିଛି ଘଟଣା। ଭଦ୍ରକ ତଳଗୋପବିନ୍ଧା ଅଂଚଳର ମଦନ ନାୟକ ଟଙ୍କା ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଣିଥିଲେ। ବାଇକ ରଖି ନିକଟରେ ଥିବା ମାର୍କେଟରୁ କିଛି କିଣାକିଣି କରୁଥିବା ସମୟରେ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା। ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କାଳୀପୂଜା ଆରମ୍ଭରୁ ଲୁଟେରା ମାନଙ୍କର ଏଭଳି ପ୍ରାଦୁର୍ଭାବ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ
|
October 28, 2019 |



