ସୁନ୍ଦରଗଡ ତା:୧୦/୧୦/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଡ଼ ଗାଁ ରେ ଥିବା ଘରୋଇ ଆଇଟିଆଇ ନିର୍ଦେଶକ ଡକ୍ଟର ଅରୁଣ କୁମାର ନାୟକ ଦ୍ଵିତୀୟ ଥର ପାଇଁ ଓଡିଶାର ଘରୋଇ ଆଇଟିଆଇ ସଂଘ ସଭାପତି ନିର୍ବାଚିତ ହୋଇଛନ୍ତି । ଆଜି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ରାଜ୍ୟ ସଭାପତି ନିର୍ବାଚନରେ ଶ୍ରୀଯୁକ୍ତ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଗଣେଶ ଆଇଟିଆଇର ନିର୍ଦେଶକ ବିଭୁତିଭୂଷଣ ତ୍ରିପାଠୀଙ୍କୁ ମୋଟ୯୩ ଖଣ୍ଡ ଭୋଟରେ ପରାସ୍ତ କରି ପୁଣିଥରେ ସଂଘର ସଭାପତି ନିଯୁକ୍ତ ହୋଇଛନ୍ତି । ରାଜ୍ୟର ମୋଟ ୩୦୨ଜଣ ଘରୋଇ ଆଇଟିଆଇର ନିର୍ଦେଶକ ଅଂଶଗ୍ରହଣ କରିଥିବା ବେଳେ,ଉକ୍ତ ନିର୍ବାଚନରେ ବିଜ୍ଞଲାଭ କରିଥିବା ଅରୁଣ କୁମାର ନାୟକ ୧୯୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ଏକମାତ୍ର ପ୍ରତିଦ୍ୱନ୍ଦୀ ବିଭୁତିଭୂଷଣ ତ୍ରିପାଠୀ ୧୦୩ ଭୋଟ ପାଇ ପରାଜିତ ହୋଇଥିଲେ । ଏହି ପରିପେକ୍ଷିରେ ସଂଘର ସମସ୍ତ ସଦସ୍ୟଙ୍କ ତରଫରୁ ଶ୍ରୀଯୁକ୍ତ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଡ଼ଃ: ଅରୁଣ କୁମାର ନାୟକ ଘରୋଇ ଆଇଟିଆଇ ସଂଘ ସଭାପତି ନିର୍ବାଚିତ
|
October 11, 2021 |
