ରାଉରକେଲା, ୦୫/୧୧/୨୦ (ସନ୍ଧାନ ନିଉଜ) : ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ଅନେକ କୋଚିଙ୍ଗ ସେଂଟର । ମାତ୍ର ଏହି ସବୁ କୋଚିଙ୍ଗ ସେଂଟର ମଧ୍ୟରୁ କିଛି ନିର୍ଦ୍ଦିଷ୍ଟ କୋଚିଙ୍ଗ ସେଂଟର କରୋନା କାଳରେ କୋଭିଡ଼ ନିୟମକୁ ଉଲଂଘନ କରାଯାଇ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କୋଠରୀରେ ଶିକ୍ଷାଦାନ କରାଯାଉଥିବା ରାଉରକେଲା ମହାନଗର ନିଗମ(ଆରଏମସି) କୋଭିଡ଼ ପରିଚାଳନା କମିଟିକୁ ସୂଚନା ମିଳିଥିଲା । ଏହାପରେ ଘଟଣାର ଅନୁସନ୍ଧାନ ପାଇଁ ଗତକାଲି ବୁଧବାର କୋଭିଡ଼ କମିଟି ପକ୍ଷରୁ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଉତ୍କଳନଗର ନିକଟ ଡଲଫିନ ପ୍ଲସ ଟୁ ସାଇନˆ କୋଚିଙ୍ଗ ସେଂଟର ଉପରେ ଅପରାହ୍ନରେ ଅତର୍କିତ ଭାବେ ଚଢଉ କରାଯାଇଥିଲା । ଆରଏମସିର ବରିଷ୍ଠ ଅଧିକାରୀ ମାନେ ସେହି କୋଚିଙ୍ଗ ସେଂଟରରେ କୋଭିଡ଼ ନିୟମ ଉଂଲଘଂନ ହୋଇଥିବା ଯାଂଚ କାଳରେ ଜାଣିବା ପରେ ଉକ୍ତ କୋଚିଙ୍ଗ ସେଂଟର ଚଳାଉଥିବା କର୍ତୃପକ୍ଷ ଓ ଶିକ୍ଷକଙ୍କୁ ତାଗିଦ କରିବା ସହ କୋଭିଡ଼ ନିୟମ କଡ଼ାକଡ଼ି ମାନିବାକୁ ଚେତାବନୀ ଦେଇଥିଲେ । କରୋନା କାଳରେ କୋମଳ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ଉତ୍କଳନଗରରେ ଏଭଳି କୋଚିଙ୍ଗ ସେଂଟର ଚଳାଉଥିବା ଉକ୍ତ ଯୁବକଙ୍କ କାର୍ଯ୍ୟକଳାପକୁ ବୁଦ୍ଧିଜିବୀ ମହଲରେ ତ୍ରୀବ ନିନ୍ଦା କରାଯାଇଛି ।
ଅପରପକ୍ଷରେ ରାଉରକେଲା ମହାନଗର ନିଗମ କୋଭିଡ଼ କମିଟି ଟିମ ପକ୍ଷରୁ ଚଢାଉ କରାଯାଇଥିବା ଉତ୍କଳନଗର ଡଲଫିନ କୋଚିଙ୍ଗ ସେଂଟର ଠାରୁ ପ୍ରାୟ ୨ରୁ ୩ କିମି ଦୂର ନବକୃଷ୍ଣନଗର ଅଂଚଳରେ ଜଣେ ସରକାରୀ ଶିକ୍ଷକ ଲକଡାଉନ ପରିୟଡ଼ରୁ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କୁ କୋଭିଡ଼ ନିୟମକୁ ଉଂଲଘନ କରି ଶିକ୍ଷାଦାନ କରୁଥିବା ଅଭିଯୋଗ ହୋଇ ଆସୁଥିଲେହେଁ, କୋଭିଡ଼ ଟିମର ନଜର କିପରି ଏହି ସରକାରୀ ଶିକ୍ଷକଙ୍କ ଉପରେ ପଡ଼ିଲା ନାହିଁ ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।
ଡଲଫିନ କୋଚିଙ୍ଗ ସେଂଟରରେ କୋଭିଡ଼ ଟିମର ରେଡ, ବର୍ତିଗଲେ ସରକାରୀ ଶିକ୍ଷକ!
|
November 5, 2020 |
