ବୈଶିଙ୍ଗା,୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବୈଶିଙ୍ଗା ଥାନା ଅଧୀନ ପଦ୍ମପୁର ଠାରେ ଏକ ସଡ଼କ ଦୁର୍ଘଟଣା ରେ କମ୍ପୁଟର ଛାତ୍ର ହୃଷିକେଶ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ଡମ୍ପର ଚାଳକ ଘଟଣାସ୍ଥଳ ଫେରାର ଅଛି ।ଘଟଣାରୁ ପ୍ରକାଶ ଏହି ଥାନା ଅଧୀନ ମାନଗୋବିନ୍ଦପୁର ଗ୍ରାମର ଚନ୍ଦ୍ର ଶେଖର ପଣ୍ଡାଙ୍କ ଏକମାତ୍ର ପୁତ୍ର ହୃଷିକେଶ (୨୪) । ବୈଶିଙ୍ଗାକୁ କମ୍ପୁଟର କ୍ଲାସ୍ କରିବା ପାଇଁ ଦିନ ୧୧ଟାରେ ବାଇକ୍ (ଓଡ଼ି ୦୧ୱାଇ-୪୪୩୩) ରେ ଆସୁଥିବା ସମୟରେ ଏକ ଡମ୍ପର ତାଙ୍କୁ ପଦ୍ମପୁର ଠାରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଗ୍ରାମବାସୀଙ୍କ ସହାୟତାରେ ହୃଷିକେଶଙ୍କ ମର ଶରୀରକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ୧୦୮ ଏବଂ ପୁଲିସ୍ କୁ ବାରମ୍ବାର ଫୋନ କରିବା ପରେ କେହି ନ ଆସିବାରୁ ଥାନାରେ ପହଞ୍ଚି ଖବର ଦେବା ପରେ ପୁଲିସ୍ ବିଳମ୍ବରେ ଆସିବା ଯୋଗୁଁ ଲୋକଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଅବରୋଧ ପାଇଁ ଯୋଜନା ଚାଲିଥିବା ବେଳେ ଏକ ପ୍ଲାଟୁନ ପୁଲିସ୍ ସହିତ ବେତନଟୀ ଏସ୍ଡିପିଓ ଏବଂ ତହସିଲଦାର ପହଞ୍ଚିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଶେଷରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବାପାଇଁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବୁଦାବନ ଦାସ, ବିଧାୟକ ସନାତନ ବିଜୁଳି ଡାକ୍ତରଖାନା ରେ ପହଞ୍ଚି ଥିଲେ । ପ୍ରଶାସନର ଅପାରଗତା ପାଇଁ ବାଲି ବୋଝେଇ ଡମର ଗୁଡିକ ଦ୍ରୁତ ଗତିରେ ଏହି ବୈଶିଙ୍ଗା-ମାଣିତ୍ରୀ ରାସ୍ତା ରେ ଯାତାୟାତ କରୁଥିବା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଯୋଗୁଁ କେତେ ମୃତାହତ ହେଉଛନ୍ତି ତାର ହିସାବ ନାହିଁ । ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ଡମ୍ପର ଧକ୍କାରେ ବାଇକ୍ ଆରୋହୀ ମୃତ
|
January 8, 2021 |