ଜେନାପୁର, ୨୫ /୧/୨୦୨୧(ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ବନ୍ଦ ସ୍ପୋର୍ଟିଂ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଥିବା ୨୪ ତମ ଡନ୍ ସ୍ପୋର୍ଟିଂ କ୍ରିକେଟ୍ ଟୁଣ୍ଣାମେଣ୍ଟ ଉଦଯାପିତ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏହି ମ୍ୟାଚ ଡିସିସି କଲାଣ୍ଡ ଓ ସାଇରାମ ଚୌଦାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ କଲାଣ୍ଡ ବ୍ୟାଟିଙ୍ଗ କରି ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୯୯ ରନ ସଂଗ୍ରହ କରିଥିଲା ଜବାବରେ ସାଇରାମ ଚୌଦ୍ବାର ୧୯.୪ ଟା ବଲ୍ ରେ ସମସ୍ତ ୱିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ।
ଅଂଶୁମାନ ଟ୍ରଷ୍ଟ ର ସଂପାଦକ ହିମାଂଶୁ ଶେଖର ସାହୁ ଟ୍ରଫି ଉନ୍ମଚନ କରିଥିଲେ। ଆଜିର ମ୍ୟାଚ୍ କୁ ମୁଖ୍ୟ ଅଥିତି ଧର୍ମଶାଳା ବ୍ଲକ୍ ସଭାପତି ଜଳଧର ମହାନ୍ତି, ୧୩ ନମ୍ୱର ଜୋନ ଜିଲ୍ଲାପରିଷଦ ନିରଞ୍ଜନ ରାଉତ, ବରିଷ୍ଟ ସାମ୍ୱାଦିକ ଅରୁଣ ପଣ୍ଡା,ସାହିତ୍ୟକ ଲୋକନାଥ ସାମଲ, କମେଡିଆନ ବାଇଧର, ଯୁବ ବ୍ୟବସାୟୀ ଅମିତ୍ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ସାହୁ, ଚୁଲବୁଲି ନାୟିକା ଶୁଲଗ୍ନା ବିଜୟୀ ଦଳ ଓ ପରାଜିତ ଦଳକୁ ଟ୍ରଫି ଓ ନଗଦ ଅର୍ଥ ପ୍ରଦାନ କରିଥିଲେ। ଆଜି ର ମ୍ୟାଚ୍ କଲାଣ୍ଡ ଟିମ୍ ସାଇରାମ ଚୌଦାର ଟିମ୍ କୁ ପରାସ୍ତ କରି ଫାଇନାଲ ଟ୍ରଫି ର ହକଦାର ହୋଇଛି। ଆଜିର ମ୍ୟାଚ୍ କୁ ସୁବ୍ରତ ଜେନା ଓ ଜଗନ୍ନାଥ ଦାସ ପରିଚାଳନା କରିଥଲେ । ଆଜିର ଖେଳ କୁ ସଂଗ୍ରାମ ସାହୁ, ସଞ୍ଜୟ ସାହୁ, ହରିହର ଓଝା, ରବୀନ୍ଦ୍ର ଜେନା, ନଟବର ବେହେରା, ଶ୍ରୀଧର ଘଡେଇ, ଜଗନ୍ନାଥ ସାହୁ,, ବାବୁ ରାଉଳ, ସତ୍ୟ ରଂଜନ ସାହୁ, ମହେଶ୍ୱର ପ୍ରଧାନ, ଅକ୍ଷୟ ରାଉତ, ବାରଣ ଓଝା ଆଦି ଖେଳ ପରିଚାଳନା କରିଥଲେ । ରିପୋର୍ଟ- ମାନସ ରାଉତ


