ବେତନଟୀ, ୧୯/୧୨/୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):୧୮ନଂ ଜାତୀୟ ରାଜପଥ ରେ ହୋଇ ଥିବା ବେଆଇନ ଡାଇଭର୍ସନ ପାଇଁ ଦୈନିକ ଦୁର୍ଘଟଣା ଘଟିବା ସହିତ ଏକାଧିକ ଜୀବନ ଯିବା ଉପରେ ‘ସନ୍ଧାନ’ରେ ଲଗାତର ତଥ୍ୟ ଭିତ୍ତିକ ସବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା । ଏନେଇ ଜାତୀୟରାଜପଥ ସମ୍ପ୍ରସାରଣ ଦାୟିତ୍ବରେ ଥିବା ଠିକାଦାର ସଂସ୍ଥା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଫଳରେ ୧୮ନଂ ଜାତୀୟରାଜପଥର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ବେଆଇନ ଡାଇଭର୍ସ ନ ଗୁଡିକୁ ଠିକାସଂସ୍ଥା ଆଇରନ ଟ୍ରାଏଙ୍ଗେଲପକ୍ଷରୁ ବନ୍ଦ କରିଦିଆଯାଇଛି । ତେବେମାସ ମାସ ଧରି ଠିକାସଂସ୍ଥା ପକ୍ଷରୁ ବେଆଇନ ଡାଇଭର୍ସ ନ ଗୁଡିକୁ ବନ୍ଦକରାଯାଉନଥିବାରୁ ୧୮ନଂ ଏନ୍ଏରେ ସଡ଼କ ଦୁର୍ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଦୁର୍ଘଟଣାରେ ଅନେକ ବାଇକ ଏବଂ ସାଇକେଲ ଆରୋହୀଙ୍କ ସମେତ ପଥଚାରୀ ଅକାଳରେ ଜୀବନଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଠିକାସଂସ୍ଥା ପକ୍ଷରୁଏହି ଅନାବଶ୍ୟକ ବେଆଇନ ଡାଇଭର୍ସନ ଗୁଡିକୁ ବନ୍ଦ କରାଯିବାନେଇ ନିର୍ମାଣକଯ୍ୟଆରମ୍ଭ ହୋଇଯାଇଛି। ଯୁଗୋଳ, ଧନପୁର, ନହଣ୍ଡାଶୋଳ, ବୁଢିଖମାରୀ, କାଠପାଳ,ନୟାପୁରୁଷରୋମପୁର ଛକମାନଙ୍କରେ ଥିବା ବେଆଇନ ଡାଇଭର୍ସନ ଗୁଡିକୁ ବନ୍ଦ କରଯିବା ନେଇ କାମ ଆରମ୍ଭ ହୋଇଯାଇଛି।
ଠିକାଦାର ସଂସ୍ଥା ପକ୍ଷରୁ ବେଆଇନ ଡାଇଭର୍ସନ କାମ ବନ୍ଦ
|
December 19, 2020 |