ମଣଦା,15.12.2020(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)- ବିଶୋଇ ବ୍ଳକର ଜଗନ୍ନାଥପୁରଫଚାୟତ ଅନ୍ତର୍ଗତ ଭୁଡୁରୁକଲା ଗ୍ରାମରେ ଗ୍ରାମୀଣ ଯୋଜନାର ପକ୍କାଘର ନିର୍ମାଣକାରୀ ଠିକାଦାର ମାନେ ଅର୍ଦ୍ଧନିର୍ମାଣ କରି ଛାଡିଚାଲି ଯାଇଛନ୍ତି । ଗରୀବ ହିତାଧୁକାରୀମାନଙ୍କର ଘର ଭାଙ୍ଗିବା ଅବସ୍ଥାରେ । ସରକାରଙ୍କ ନାରା ‘ଆମ ସରକାର ସବୁ କଚ୍ଚାଘର ହେବ ପକ୍କାଘରକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ଏଠାରେ ଫେଲ ହେବାକୁ ଯାଉଛି । ଆର୍ଥିକ ବର୍ଷ ୨୦୧୭-୧୮ ନିମନ୍ତେ ପ୍ରଧାନ ମନ୍ତ୍ରୀଆବାସ ଯୋଜନାରେ ପକ୍କା ଛାତ ଗୃହ ଚୟନ କରାଯାଇ ଏକଲକ୍ଷ ତିରିଶ ହଜାର ଟଙ୍କା କାର୍ଯ୍ୟଦେଶ ଦିଆଯାଇଥିଲା । ଏହିଭଳି ଶିକାରରେ ହୋଇଥିବା ଗ୍ରାମର ବିଧବା ଫୁଲଲୋହାରଙ୍କ ଘର କବାଟ ଝରକା ଲାଗିନାହିଁ, କମ ଉଚ୍ଚତାରେଛାତ ପଡିଛି, ପ୍ଲାଷ୍ଟର କରାଯାଇନାହିଁ । ସେହିଭଳି ମସ ଟୁଡ଼ୁଙ୍କଘର ବିନା ବିମରେ ଛାତ ପର୍ଯ୍ୟନ୍ତ କାନ୍ଥ କରିବା ପରେ ଛାଡିଦିଆଯାଇଛି । ବିଧବା ସାଗରୀକା ଲୋହାରର ଘର ବିନାକବାଟ ଝରକାରେ ଛାତ କରିବା ପରେ କାମ ହୋଇନାହିଁ ।ମୋହନ ଟୁଡ଼ୁଙ୍କ ଘର ଛାତ ପର୍ଯ୍ୟନ୍ତ କାନ୍ଥ ପରେ ଆଉ ଘରବନାଇବା ପାଇଁ ଘର ନେଇଥିବା ଠିକାଦାର ବାବୁମାନଙ୍କରଦେଖା ଦର୍ଶନ ନାହିଁ । ସମସ୍ତ ହିତାଧୁକାରୀମାନେ ଘର ପାଇଁଆସୁଥିବା ସବୁ ଟଙ୍କା ସଂପୃକ୍ତ ଠିକାଦାର ମାନଙ୍କୁ ପ୍ରଦାନକରୁଥିବା କହନ୍ତି । ଏଭଳି ଗରୀବ ହିତାଧୁକାରୀମାନେଠକେଇରେ ଶିକାର ହୋଇ ଫଚାୟତ ଏବଂ ବ୍ଲକ କାର୍ଯ୍ୟାଳୟଦୌଡ଼ି ଦୌଡ଼ି ନୟାନ୍ତ ହେବା କଥା ଦୁଃଖ ଭାବରେ ପ୍ରକାଶକରନ୍ତି । ଘର ନିର୍ମାଣ ସମ୍ବନ୍ଧରେ ଜନସାଧାରଣଙ୍କ ଏହିଭଳିଅଭିଯୋଗ ଆସିଲା ପରେ ପ୍ରଶାସନଅଫିସତରଫରୁ ସଠିକ ଭାବରେ ତଦନ୍ତ କରିବା,ଖାମଖ୍ୟାଘର ବାବଦକୁ କେତେ ଟଙ୍କା ଦିଆଯାଇଛିପାଇଁକେତେ ପର୍ଯ୍ୟନ୍ତ କାମ ହୋଇଛି, କିଛିକିଏ, କୌଣସି ତଦନ୍ତ ନ କରି ପ୍ରଶାସନହୋଇନିରବଦ୍ରଷ୍ଟା ସାଜିଛି । ଜନ ପ୍ରତିନି ମାନେଦୀପରାସ୍ତା କରିବି, ବିଜୁଳି ଦେବି, ଭତ୍ତା ଦେବି,ଘର ଦେବି କହି ଭୋଟରେ ବିଜୟ ହୋଇଯେ ଯାହାର ମର୍ଜିରେ ଆରାମରେ ଅୟସକରୁଛନ୍ତି । ଜଣେ ଗରୀବ ହିତାଧୁକାର କେମିତିଘର ପାଇବ କେମିତି କରିପାରିବ ଆଉଅସୁବିଧା ରହିଲା କେଉଁଠି ତାର ହିସାବ ଆଉବୁଝିବା ପାଇଁ କାହାର ଦେଖା ନାହିଁ । ଏହିଭଳିଗ୍ରାମୀଣ ଆବାସ ଯୋଜନାରେ ହେଉଥିବାଗରୀବ ହିତାକାର ମାନଙ୍କ ପାଇଁ ଘର ନିର୍ମାଣଠକେଇ ଏଠାରେ ସୀମିତ ହୋଇ ନ ଥିବା ଭଳିମତ ପ୍ରକାଶ ପାଇଛି । କଷ୍ଟରେ ମିଳିଥିବା ଘରଏମାନଙ୍କ ପାଇଁ ଏବେ ସ୍ଵପ୍ନ ପରିଣତ ହୋଇଛି ।ଭଙ୍ଗାଘରରେ ଜୀବନ ବିତାଇ ଗ୍ରାମୀଣ ଆବାସଯୋଜନାରେ ମିଳିଥିବା ପକ୍କାଘର ଅର୍ବଭଗ୍ନଅବସ୍ଥାରେ ଆଖୁ ସାମ୍ନାରେ ମାଟିରେ ମିଶିବାକୁଯାଉଛି । ତାଙ୍କ କଥା ଶୁଣିବାକୁ ପ୍ରଶାସନ ନିକଟରେସେମାନେ ପୁଣି ନିବେଦନ କରିଛନ୍ତି ।
ଠିକାଦାରମାନେ ଠକି ଦେଲେ, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା
|
December 15, 2020 |