ଠିକାଦାରଙ୍କ ଗାଡିରେ ନାଲିବତି ବ୍ୟବହାର, ପରିବାର ନୁହେଁ ଅନ୍ୟ ମାନଙ୍କ ସହିତ ଯାଇଥିବାର ଚର୍ଚ୍ଚା !
ଠିକାଦାରଙ୍କ ଗାଡିରେ ନାଲିବତି ବ୍ୟବହାର, ପରିବାର ନୁହେଁ ଅନ୍ୟ ମାନଙ୍କ ସହିତ ଯାଇଥିବାର ଚର୍ଚ୍ଚା !
Manas Kumar Rout |
April 20, 2020 |

ଯାଜପୁର, ୨୦/୦୪ (ସନ୍ଧାନ ନିୟୁଜ) ଯାଜପୁରର ଜିଲ୍ଲାର ବଡଚଣା ଥାନା ଅଧିକାରୀ ଦିପକ କୁମାର ଜେନା ଗତକାଲି ପୁରୀ ଶ୍ରମନ୍ଦିରକୁ ଅବାଧ ପ୍ରବେଶ କରିବା ପରେ ନିଲମ୍ବିତ ହେବା ପରେ ଆଜି ବଡଚଣା ଅଂଚଳରେ ଚର୍ଚ୍ଚା ଧୋର ଧରିଛି । ସମ୍ପୁକ୍ତ ଥାନା ଅଧିକାରୀ ଜଣଙ୍କ ଏଥିପାଇଁ ଚଣ୍ଡିଖୋଲ ନିକଟସ୍ଥ ଜଣ ନିର୍ବାଚିତ ପ୍ରତିନିଧିଙ୍କ ନେଇ କଟକର ଏକ ସ୍କ୍ରୋପିଓ ଗାଡି ନମ୍ବର ଓଡି୦୫ଏଏଫ-୦୫୦୦କୁ ଆଣି ସେଥିରେ ବେଆଇନ୍ ଭାବେ ନାଲିବତି ଲଗାଇଥିଲେ । ଏପରକି ସେ ଗାଡିର ଇନ୍ସୁରାନ୍ସ ନଥିବା ବେଳେ ଜଣେ ଥାନା ଅଧିକାରୀ କିପରି ଗାଡି ନେଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରକି ପୁରରେ ପୂର୍ବରୁ କାର୍ଯ୍ୟକରିଥିବା ହେତୁ ବିରତାର ସହିତ ମନ୍ଦିରରେ ପ୍ରବେଶ କରିଥିଲେ । ଅନ୍ୟପଟରେ ତାଙ୍କ ସହିତ ଯାଇଥିବା ବ୍ୟକ୍ତି ବିଶେଷ ମାନେ ତାଙ୍କ ପରିବାରର ନୁହେଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରକି ଜଣେ ସଂଖ୍ୟାଲଘୁ ଲୋକକୁ ନେଇ ପୁରୀ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ପକୃତରେ ସେ କେଉଁ ଉଦେ୍ଦଶ୍ୟରେ ଗତକାଲି ସଂଧ୍ୟାରେ ପୁରୀ ଯାଇଥିଲେ । ତାଙ୍କ ସହିତ କିଏ କିଏ ଥିଲେ । ଗାଡିରେ ନାଲିବତି ଲଗାଇବାର ଅଧିକାର କିଏ ଦେଲେ ତାହାର ସମ୍ପୁର୍ଣ୍ଣ ତଥ୍ୟ ଗଣମାଧ୍ୟମରେ ଦେବା ପାଇଁ ସାଧରଣରେ ଦାବି ହେଉଛି ।
Related Posts
About The Author