ବେତନଟୀ, ୧୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ବେତନଟୀ ଥାନା ଦାରିଆମୁହିଁ ପଞ୍ଚାୟତ ପକ୍ଷରୁମନରେଗା ଯୋଜନାରେ ଏକ ମୋରମ ମେଟାଲ କାମ ଚାଲିଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କୁ ଚାନ୍ଦା ମାଗିବା ଗାଳିଗୁଲଜ ସହିତ ହତ୍ୟାଧମକ ଦେବା ଅଭିଯୋଗରେ ।ପୁଲିସ ୨ ଭାଇଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଭାଇ ହେଲେ ଗ୍ରାମର ଉମା ମହାନ୍ତଙ୍କ ପୁଅ ଦୁଷ୍ମନ୍ତ (୩୫) ଏବଂ ଡମ୍ବରୁ(୩୦) । ସୂଚନା ମୁତାବକ ବୁଧବାର ସନ୍ଧ୍ୟାରେ ନିର୍ମାଣାଧୀନ ରାସ୍ତାକାମ ନିକଟକୁ ଯାଇ ଦୁଇଭାଇକୁଆଡେ ଚାନ୍ଦା ମାଗିବା ସହିତ ଚାନ୍ଦା ନଦେବାରୁ ଗାଳିଗୁଲଜ ଏବଂ ହତ୍ୟାଧମକ ଦେଇଥିବା ନେଇ ଠିକାଦାର ସମୀର ଦେଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ୨୭୭|୨୦ରେ ମାମଲା ରୁଜୁକରି ଦୁଇଭାଇଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି । ତେବେ ଉକ୍ତ ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିବାକୁ ଯାଇଥିବା ବେଳେ ଠିକାଦାର ମିଛ ଅଭିଯୋଗରେ ସେମାନଙ୍କୁଫସାଇ ଦେଇଥିବାନେଇ ଦୁଇଭାଇଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।
ଠିକାଦାରଙ୍କୁ ଚାନ୍ଦା ମାଗିବା ଅଭିଯୋଗରେ ୨ଭାଇ ଗିରଫ
|
December 18, 2020 |


