ଟ୍ରେନ୍‌ ୧୮ ହେଲା ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌, ମନ୍ତ୍ରୀ ଜାରି କଲେ ଭିଡିଓ

Spread the love

ନୂଆଦିଲ୍ଲୀ, ୨୭/୧୨ (ସନ୍ଧାନ ନିୟୁଜ) : ରେଳ ଯୋଗେ ଯାତ୍ରା କଲେ ଅନେକ ସମୟ ଲାଗିଥାଏ ବୋଲି ଆମେ ସମେସ୍ତ ଜାଣନ୍ତି। ମାତ୍ର ଆପଣ ନିମ୍ନରେ ଦିଆଯାଇଥିବା ଭିଡିଓଟିକୁ ଦେଖିଲେ ଆପଣଙ୍କ ଧାରଣା ବଦଳିଯିବ। ଭାରତର ସବୁଠାରୁ ଜୋର୍‌ ଚାଲୁଥିବା ଏକ ଟ୍ରେନ୍‌ ୧୮ର ଭିଡିଓ ଏବେ ଟୁଇଟର୍‌ରେ ଜାରି ହୋଇଛି। ଏହି ଟ୍ରେନ୍‌ଟି ଘଣ୍ଟାକୁ ୧୮୦ କିଲୋମିଟର ଯାତ୍ରା କରୁଛି।

ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ ବୁଧବାର ଦିନ ଏହି ଭିଡିଓକୁ ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ପିୟୂଷ ଗୋଏଲ୍‌ ଭିଡିଓଟିରେ ଲେଖିଛନ୍ତି ଯେ ‘ନିଡ୍‌ ଫର୍‌ ସ୍ପିଡ୍‌’: ଟ୍ରେନ୍‌ ୧୮ ଘଣ୍ଟାକୁ ୧୮୦ କିଲୋମିଟର ଯାତ୍ରା କରି ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌ ବନିଗଲାଣି।’

ଏହି ଟ୍ରେନ୍‌ ତିଆରି କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସଂପୂର୍ଣ୍ଣ ଏସିର ଏହି ଟ୍ରେନ୍‌ଟି ଚେନ୍ନାଇ ଆଧାରିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି ତିଆରି କରିଛି। ଏହାକୁ ଶତାବ୍ଦୀ ଏକ୍ସପ୍ରେସର ଉତ୍ତରାଧିକାରୀ ମନାଯାଉଛି। ଶତାବ୍ଦୀକୁ ୧୯୮୮ ମସିହାରେ ବାହାର କରାଯାଇଥିଲା।

ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ୨୯ ଡିସେମ୍ବରରେ ସବୁଜ ସଂକେତ ଦେବେ। ପିଟିଆଇ ଅନୁସାରେ, ଏହି ଟ୍ରେନ୍‌ ଉତ୍ତରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ଚାଲିବ।

ଏହି ଟ୍ରେନ୍‌ଟି ଶତାବ୍ଦୀ ଏକ୍ସପ୍ରେସରୁ ବି ଜଲ୍‌ଦି ଚାଲିବ। ଏହା ମେଟ୍ରୋ ପରି ଅନୁଭବ ଦେବ। ଏହାର ଦୁଆରମୁହଁ ସ୍ୱୟଂଚାଳିତ ରହିବ।

ଟ୍ରେନଟି ସକାଳ ୬ଟାରୁ ନୂଆଦିଲ୍ଲୀରୁ ବାହାରିଲେ ଦ୍ୱିପ୍ରହର ୨ଟା ଭିତରେ ବାରଣାସୀରେ ପହଞ୍ଚିଯିବ। ସେଠାରୁ ୨.୩୦ରେ ବାହାରି ରାତି ୧୦ଟା ୩୦ରେ ଦିଲ୍ଲୀ ପହଞ୍ଚିବ।

Related Posts

About The Author

Add Comment